ସାଂସଦ ପ୍ରଦୀପ ପୁରୋହିତଙ୍କୁ ସମ୍ୱର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ, ଅଭିଭାବକ, ଶିକ୍ଷାବିଦ୍, ଛାତ୍ରୀ ମାନଙ୍କ ଦ୍ଵାରା ଏକ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ବରଗଡ଼ ସାଂସଦ ପ୍ରଦୀପ ପୁରହିତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ୧୯୯୩ ମସିହାରେ ଶ୍ରୀ ଶ୍ରୀ ନୃସିଂହନାଥ ଟ୍ରଷ୍ଟ ବୋର୍ଡ ସଭାପତି ଥିବା ସମୟରେ ସାଂସଦ ପ୍ରଦୀପ ପୁରୋହିତ ପାଇକମାଲ ଠାରେ ନାରୀ ଶିକ୍ଷାକୁ ଗୁରୁତ୍ୱ ଦେଇ ଏହି ବାଳିକା ବିଦ୍ୟାଳୟ ସ୍ଥାପନ କରିଥିଲେ । ଶ୍ରୀ ପୁରୋହିତ ଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯମୁନା କନ୍ଧୁଣୀଙ୍କ ମାହତ୍ତ୍ଵ ସହିତ ବିଦ୍ୟାଳୟର ନାମକରଣର ସମ୍ପର୍କ ସମନ୍ଧେ । ବିଦ୍ୟାଳୟ ପ୍ରତିଷ୍ଠା ଦିନଠୁ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ ବହୁବାଧା ବିଘ୍ନରେ ଗତି କରି ଆଜି ବିଦ୍ୟାଳୟ ସୁନାମ ଅର୍ଜନ କରିପାରିଛି । ଏକ ବାଳିକା ବିଦ୍ୟାଳୟକୁ ବଞ୍ଚାଇ ରଖି ସରକାରୀ ‘ପୂର୍ଣ୍ଣ ଅନୁଦାନ’ ପାଇବାରେ ପ୍ରଧାନ ଶିକ୍ଷକଙ୍କ ସହିତ ସମସ୍ତ କର୍ମ ଚାରି, ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କ ଅବଦାନକୁ ସାଂସଦ ପ୍ରଶଂସା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ପାଇକମାଲ ବ୍ଲକରେ ଏକ ମାତ୍ର ଅନୁଦାନ ଭୁକ୍ତ ବାଳିକା ବିଦ୍ୟାଳୟ ହୋଇ ଥିବାରୁ ବିଦ୍ୟାଳୟକୁ ସ୍ଵତନ୍ତ୍ର ଗୁରୁତ୍ଵ ଦେଇ ବିଦ୍ୟାଳୟର ଉନ୍ନତି କରିବା ସକାଶେ ପ୍ରଚେଷ୍ଟା କରିବା ପାଇଁ ମତପ୍ରକାଶ କରିଥିଲେ । ବିଦ୍ୟାଳୟରେ ସଂସ୍କୃତ ଶିକ୍ଷୟତ୍ରୀ ଅନିତା ପାଣିଗ୍ରାହୀଙ୍କ ନିର୍ଦ୍ଦେଶରେ ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଭାକୁ ଶିକ୍ଷକ ସେବକ ସେଠ୍‌ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ଅନିମା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.