ପାଇକମାଲ ହାଇସ୍କୁଲରେ ସାଂସଦଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ନବନିର୍ବାଚିତ ସାଂସଦ ପୂର୍ବତନ ଛାତ୍ର ପ୍ରଦୀପ ପୁରୋହିତଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଉଛି । ଶ୍ରୀ ପୁରୋହିତଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ପୁରୋହିତ ୧୯୮୨ ମସିହାରେ ବୋର୍ଡ ପରୀକ୍ଷାରେ ପ୍ରଥମ ସ୍ଥାନରେ ପାଇ ଉତ୍ତୀର୍ଣ୍ଣ ହୋଇଥିଲେ ପରେ ବାଳକୋ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ବିଗତ ବିଧାନସଭାରେ ସର୍ବ ଶ୍ରେଷ୍ଠ ବିଧାୟକ ଭାବେ ପୁରସ୍କୃତ ହୋଇଥିଲେ । ଚଳିତ ଲୋକସଭା ନିର୍ବାଚନରେ ଓଡ଼ିଶାର ସର୍ବାଧିକ ଭୋଟ୍‌ ବ୍ୟବଧାନ ୨ ଲକ୍ଷ ୫୧ ହଜାର ୬ ଶହ ୬୭ ଭୋଟ୍‌ରେ ନିର୍ବାଚିତ ହେବାର ଗୌରବ ଲାଭ କରିଛନ୍ତି । ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବବିତା ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ସୁଦାମ ପାଣ୍ଡେ, ଲଲିତ କୁମାର ବିଶ୍ୱାଳ, ନିରୁପମା ସାହୁ, ମଧୁସ୍ମିତା ମେହେର, ଆନନ୍ଦିନୀ ସେଠ୍, ମନୋଜ କୁମାର ସାହୁ ସହଯୋଗ କରିଥିଲେ । ତ୍ରିଲୋଚନ ନାୟକ ମଞ୍ଚ ପରିଚାଳନା ଓ ରଜତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.