ଉପମୁଖ୍ୟମନ୍ତ୍ରୀଙ୍କୁ ସାମ୍ବାଦିକ ସଂଘ ତରଫରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶିବପ୍ରସାଦ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ନବନିର୍ବାଚିତ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବଲାଙ୍ଗିର ସାଂସଦ ସଙ୍ଗୀତ କୁମାରୀ ସିଂହଦେଓ ଉପସ୍ଥିତ ଥିଲେ । ମା’ ସମଲେଶ୍ଵରୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସାଂସଦ ସଭାରେ ପହଞ୍ଚିବା ପରେ ଉଭୟଙ୍କୁ ଉପଢ଼ୌକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ହେବା ପରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିଜର ପ୍ରତିକ୍ରିୟା ରଖି ଜିଲ୍ଲା ସାମ୍ବାଦିକ ସଂଘକୁ ସହୃଦୟେ କୃତଜ୍ଞତା ଜ୍ଞାପନ କରିଥିଲେ । ୧୯୮୯ ମସିହା ମୋର ରାଜନୀତିକ ଯିବା ଆରମ୍ଭ ହେଲା ଦିନରୁ ମୁଁ ଯେତେ ଦୂର ପର୍ଯ୍ୟନ୍ତ ଆସିଛି । ଏଥିରେ ଆପଣଙ୍କ ସହଯୋଗ ରହିଥିବା କହିଥିଲେ । ବଲାଙ୍ଗିର ଜିଲ୍ଲାକୁ ଏକ ନମ୍ବର କରିବାକୁ ହେଲେ ଜିଲ୍ଲା ସାମ୍ବାଦିକ ସଂଘର ସହଯୋଗ ନିତାନ୍ତ ଆବଶ୍ୟକ ବୋଲି କହିଥିଲେ । ସାମ୍ବାଦିକ ମାନେ ସମାଜର ଆଇନା ଭାବରେ କାର୍ଯ୍ୟ କରୁଛନ୍ତି । ତେଣୁକରି ଯେଉଁ ଆଶା ରହିଛି ତାକୁ ପୁରଣ କରିବାକୁ ଆପଣ ଆମକୁ ମାର୍ଗଦର୍ଶନ କରିବେ । ଯଦି ଆମେ ଭୁଲ ବାଟରେ ଯାଉଛୁ ଆମକୁ ତାଗିଦ୍ କରିବେ । ଆମ ଜିଲ୍ଲାର ନାଁକୁ ତଳେ ପକାଇବାକୁ ଦେବେ ନାହିଁ ବୋଲି ନିବେଦନ କରିଥିଲେ ।

Leave A Reply

Your email address will not be published.