ଚୁଡାପାଲିରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଚୁଡାପାଲି, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲିରେ ଆଜି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଛି । ପୂର୍ବାହ୍ନ ୮.୪୫ ସମୟରେ ଗ୍ରାମର ମୁଖ୍ୟ ରାସ୍ତା ପାଶ୍ୱରେ ଓଡ଼ିଆ ପରମ୍ପରା ମୁତାବକ ପାଦ ପ୍ରକ୍ଷାଳନ, ତିଳକ ଅର୍ପଣ ପରେ ଫୁଲମାଳା ଏବଂ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ସପତ୍ନୀକ ରାଜକୁମାର ଅଗ୍ରୱାଲଙ୍କ ଦ୍ୱାରା ଏହି କାର୍ଯ୍ୟ କରାଯାଇଥିବା ବେଳେ ଶହ ଶହ ଲୋକ ଉପସ୍ଥିତ ଥିଲେ । ବିଜେପି କର୍ମୀଙ୍କ ମଧ୍ୟରେ ନରେଶ ଅଗ୍ରୱାଲ, ଦୀନବନ୍ଧୁ ଯୁଏଡ, ଅରୁଣ କୁମାର ମିଶ୍ର, କେଦାର ବାଗ, ଜୟକୃଷ୍ଣ ସାହୁ, ହଳଧର ପଧାନ, କେଶବ ସାହୁ, ସୁଶାନ୍ତ ରାଉତ, ସୁଦାମ ଧରୁଆ ଉପସ୍ଥିତ ଥିଲେ ।

Leave A Reply

Your email address will not be published.