ls

ହଳଦୀ କ୍ଲଷ୍ଟର ପକ୍ଷରୁ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମନ ପ୍ରଧାନୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

sb

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ କ୍ଲଷ୍ଟର ପକ୍ଷରୁ ଅବସର ଗ୍ରହଣ କରିଥିବା ପତ୍ରାପାଲି(ଖ) ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦ୍ମନ ପ୍ରଧାନୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଖେରଟ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଗୋପବନ୍ଧୁ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ ମୁଖ୍ୟ ଅତିଥି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ଭୋଇ, କାନ୍ତାରାମ ଧରୁଆ ଓ ହଳଦୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ଝାଙ୍କର ସମ୍ମାନିତ ଅତିଥି ରୂପେ ଯୋଗଦେଇ ଶ୍ରୀ ପ୍ରଧାନୀଙ୍କୁ ଉପଢୌକନ ସହ ସମ୍ମାନିତ କରିଥିଲେ । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ପ୍ରଧାନୀ ନିଜର ଦୀର୍ଘ ଚାକିରୀ ଜୀବନର ଅନୁଭୂତି ବର୍ଣ୍ଣନା କରି ଭାବବିହ୍ୱଳ ହୋଇପଡ଼ିଥିଲେ । ଏଥିରେ ହଳଦୀ କ୍ଲଷ୍ଟରର ବରିଷ୍ଠ ଶିକ୍ଷକ ସୁବାସ ଚନ୍ଦ୍ର ପଟ୍ଟନାୟକ, ଧନ ସିଂ ମାଝୀ, କ୍ଷୀରସିନ୍ଧୁ ବାଗ, ତୀର୍ଥୟ ମାଝୀ, ଗୋବର୍ଦ୍ଧନ ନାଗ, ବିଶ୍ୱଜିତ ମିଶ୍ର, ନିମାଇଁ କୁମ୍ଭାର, ବିଘ୍ନେଶ୍ୱର ପୋଡ଼ଙ୍କ ସହ ଶିକ୍ଷୟିତ୍ରୀ ଶୁଭଶ୍ରୀ ପଟ୍ଟନାୟକ, କୁମୁଦିନୀ କୁଅଁର ଓ ଗୀତାଞ୍ଜଳି ନାଏକ ଉପସ୍ଥିତ ଥିବା ବେଳେ ଯୁଗିରତା ଉଚ୍ଚପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ସୋମନାଥ ଧଳ ଧନ୍ୟବାଦ ଦେଇଥିଲେ ।

pc pk
Leave A Reply

Your email address will not be published.