oum

ଶିକ୍ଷକ କିଶୋର ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରିନବଚନ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଗତ ମେ’ ମାସ ୩୧ ତାରିଖରେ ଅବସର ଗ୍ରହଣ କରିଥିଲେ କିଶୋର ମିଶ୍ର । ଆଜି ବିଦ୍ୟାଲୟରେ ସ୍କୁଲ ପରିଚାଳନା କମିଟି ଓ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଗତ ୨୦୧୨ ମସିହାରୁ ରିନବଚନ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ ସମ୍ପାଦନ କରୁଥିଲେ । ୧୨ ବର୍ଷ ମଧ୍ୟରେ ସ୍କୁଲର ଉନ୍ନତିକରଣ କାର୍ଯ୍ୟ ତଥା ପାଠପଢା କ୍ଷେତରେ ଅନେକ ପରିବର୍ତ୍ତନ ଆଣିପାରିଥିଲେ । ଜଣେ ଆଦର୍ଶ ଶିକ୍ଷକ ଭାବେ ନିଜ ପରିଚୟ ସୃଷ୍ଟି ସହ ଛାତ୍ରଛାତ୍ରୀ ଓ ଅଭିଭାବକ ମହାଲାରେ ଅତି ଆପଣାର ଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସ୍କୁଲରୁ ଅନେକ ମେଧାବୀ ଛାତ୍ରଛାତ୍ରୀ ବାହାରିଛନ୍ତି । ୧୯୮୮ ମସିହାରୁ ଶିକ୍ଷକତା ବୃତ୍ତି ଆରମ୍ଭ କରିଥିଲେ । ତିନି ଦଶନ୍ଧିରୁ ଅଧିକ ସମୟ ଧରି ବିଭିନ୍ନ ସ୍କୁଲରେ ଶିକ୍ଷକତା କରିଛନ୍ତି କିଶୋର ମିଶ୍ର । ସ୍କୁଲ ପରିଚାଳନା କମିଟି ସଭାପତି ମାଧବ ଦୀପଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ଉତ୍ସବରେ ଗାଁର ବରିଷ୍ଠ ନାଗରିକ ଭୀମସେନ୍ ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସିଆର୍‌ସିସି ନିରାକାର ସାଏ, ବରିଷ୍ଠ ଶିକ୍ଷକ କୋମଲଲୋଚନ ସାହୁ ଯୋଗଦେଇଥିଲେ । ମାନପାତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ସଭାରେ ରିନବଚନ ଲାଲ ବାହାଦୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିନୋଦ ଷଡଙ୍ଗୀ, ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନିହାରିକା ତ୍ରିପାଠୀ, ଶିକ୍ଷୟିତ୍ରୀ ଆକୃତି ପଣ୍ଡା, ରଶ୍ମିତା ସାହୁ, ବର୍ଷାରାଣୀ ନାୟକ, ବିଦ୍ୟୁତଲତା ମିଶ୍ର, ଶ୍ରୀକାନ୍ତ ସାହୁଙ୍କ ସମେତ ସ୍କୁଲ ପରିଚାଳନା କମିଟି କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.