oum

ଶିକ୍ଷକ ପରମେଶ୍ୱର ଖମାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

jsm

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବାହାବଲ ଆଞ୍ଚଳିକ ସାଧନକେନ୍ଦ୍ରର ଗଭରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମେଶ୍ୱର ଖମାରୀ(୬୦)ଙ୍କ ଅବସରରେ ଗଭରା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ଓ ସମ୍ମାନିତ ଅତିଥି ଭାବରେ ରାମକୃଷ୍ଣ ସେଲମା, ବିରଞ୍ଚି ନାରାୟଣ ଦାସ, ଧନସିଂ ମାଝୀ, ଗୋବିନ୍ଦ ହିଆଲ, କୃତ୍ତିବାସ ବରିହା, ଯୋଗୀରାମ ବାଗ, ମୁକୁନ୍ଦ ଦେବ ତାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ । ପ୍ରକାଶ ମେହେରଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ବିଦାୟୀ ଶିକ୍ଷକ ପରମେଶ୍ୱର ଖମାରୀଙ୍କୁ କ୍ଲଷ୍ଟର ତରଫରୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉପହାର ପ୍ରଦାନ କରାଯାଇଥିଲା । ତାପରେ ମଞ୍ଚାସୀନ ଅତିଥିମାନେ ଶ୍ରୀ ଖମାରୀ ଜଣେ ଆଦର୍ଶ ଶିକ୍ଷକ ସହିତ ପରୋପକାରୀ ବ୍ୟକ୍ତି ଅଟନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଗୌତମ ଆଣ୍ଡିଆ, ବବ୍ରୁ ନାୟକ, ଲଳିତ ବାରିକ, ବୈକୁଣ୍ଠ ବାଗ, ବିକ୍ରମ ମାଝୀଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ବୃନ୍ଦ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।

Leave A Reply

Your email address will not be published.