om academy

ଲୋଇସିଂହା ଓକିଲ ସଂଘ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ସମ୍ୱର୍ଦ୍ଧନା

jsm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଓକିଲ ସଂଘ ପକ୍ଷରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ସ୍ଥାନୀୟ ସମ୍ମିଳନୀ କକ୍ଷରେ ଭବ୍ୟ ସମ୍ୱର୍ଦ୍ଧନା ଦିଆଯାଇଛି । ସଂଘର ସଭାପତି ରମାକାନ୍ତ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ସମସ୍ତ ଆଇନଜୀବୀ ଉପସ୍ଥିତ ରହି ମନ୍ତ୍ରୀ ଶ୍ରୀ ମହାଲିଙ୍ଗଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମ୍ପାଦକ ପ୍ରଶାନ୍ତ ବେହେରା ସ୍ୱାଗତ ଭାଷଣ ତଥା ପରିଚୟ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ, ଗତ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ମନ୍ତ୍ରୀ ଡ. ମହାଲିଙ୍ଗ ସ୍ଥାନୀୟ ଓକିଲ ସଂଘର ସଦସ୍ୟତା ଗ୍ରହଣ ପୂର୍ବକ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ତାଙ୍କ ଉପରେ ଗୁରୁଦାୟିତ୍ଵ ନ୍ୟସ୍ତ ଥିବାବେଳେ ଲୋଇସିଂହା ଭଳି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀର ସାମୁହିକ ସମସ୍ୟା ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦେବେ ବୋଲି ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ମନ୍ତ୍ରୀ ପ୍ରକାଶ କରିଥିଲେ । ଆଇନଜୀବୀ ଗୌରୀଶଙ୍କର ସାହୁ, ରାଜେନ୍ଦ୍ର ନାଏକ, ଅଶୋକ ସାହୁ, ପ୍ରମୋଦ ଭୋଇ, ଶୁଭେନ୍ଦୁ ସାହୁ, ରମେଶ ପଟ୍ଟନାୟକ, ସୁମନ୍ତ ସାହୁ, ସମ୍ପଦ ପୋଡ, କ୍ଷେତ୍ରପାଳ ସାହୁ, ସଞ୍ଜୟ ଷଡ଼ଙ୍ଗୀଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିବାବେଳେ ଜ୍ୟୋତିରଂଜନ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.