oom

ଫ୍ରେଣ୍ଡସ୍‌ କ୍ଲବ ପକ୍ଷରୁ ନୂତନ ବିଧାୟକ କଳିକେଶଙ୍କୁ ସମ୍ବର୍ଦ୍ଧନା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନ ଠାରେ ଫ୍ରେଣ୍ଡସ୍‌ କ୍ଲବ ପକ୍ଷରୁ ନବନିର୍ବାଚିତ ବିଧାୟକ କଳିକେଶ ନାରାୟଣ ସିଂଦେଓହଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ବଲାଙ୍ଗିରର ବିଭିନ୍ନ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ଯୋଗଦେଇ ନୂତନ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ, ସମ୍ମାନିତ ଅତିଥି ପୌରାଧ୍ୟକ୍ଷା ଲିକା ସାହୁ, ଗୁରୁଶ୍ରୀ ଡ. ଘାସିରାମ ମିଶ୍ର, ଫ୍ରେଣ୍ଡସ୍‌ କ୍ଲବର ସଭାପତି ଲୋଟସ ଷଡ଼ଙ୍ଗୀ, ସମ୍ପାଦକ ଜଗନ୍ନାଥ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ । ଏହି ସମ୍ବର୍ଦ୍ଧନା ସଭାକୁ ସୋମନାଥ ମିଶ୍ର ପରିଚାଳନା କରିଥିବା ବେଳେ ଏହି ସମ୍ବର୍ଦ୍ଧନା ସଭାରେ ନାଗରିକ କଲ୍ୟାଣ ସଂଘ, ବସ ମାଲିକ ସଂଘ, ହୋଟେଲ ସଂଘ, ସଂପୂର୍ଣ୍ଣା, ମାହେଶ୍ୱରୀ, ସ୍ମାଇଲ ଫର୍ ଅଲ୍, ନାଗରିକ କମିଟି, ପୂର୍ବତନ ସୈନିକ ସଂଘ, ଜିଲ୍ଲା ମେଡ଼ିକାଲ କର୍ମଚାରୀ ସଂଘ, ଲାୟନ୍ସ କ୍ଲବ, ଜିଲ୍ଲା କେମିଷ୍ଟ ଡ୍ରଗିଷ୍ଟ ଏସୋସିଏସନ୍‌, ସହଯୋଗ ଫାଉଣ୍ଡେସନ୍‌, ମାରୱାଡି ଯୁବ ମଞ୍ଚ, ବଜରଙ୍ଗବଲି ମାର୍କେଟ କମ୍ପ୍ଲେକ୍ସ, ସ୍ୱେଚ୍ଛାସେବୀ ସଂଗଠନ, ବିଙ୍ଗ ହ୍ୟୁମାନ୍‌ ଫାଉଣ୍ଡେସନ୍‌, ୟୁଥ୍‌ ଏକ୍ସନ୍‌ କମିଟି, କୋଶଳ ମୁକ୍ତି ମୋର୍ଚ୍ଚା, କର୍ତ୍ତବ୍ୟ ଫାଉଣ୍ଡେସନ୍‌, ପଶ୍ଚିମ ଓଡିଶା ଯୁବାମଞ୍ଚ, ହନୁମାନ ଜନ୍ମତ୍ସୋବ କମିଟି, ଯୁବ ପ୍ରତାପୀ ସେନା, ସ୍ୱାଭିମାନ ପରିବାର, ମାହେଶ୍ୱରୀ ସେନା, କଲେଜ ଛକ ଯୁବ କମିଟି, ମୈତ୍ରୀ ମହଲ, ଅସୀମ କେରାଟେ ଏକଡେମୀ, ଜିଲ୍ଲା ଟାଇକୋଣ୍ଡୋ ଏକାଡେମୀ, ଭୁଲିଆ ସମାଜ, ଜିଲ୍ଲା ଫାର୍ମାସିଷ୍ଟ ସଂଘ, ଓଡିଶା ମଟର ଚାଳକ ସଂଘ ବଲାଙ୍ଗିର, ସଂସ୍କୃତ ପରିଷଦ ବଲାଙ୍ଗିର, ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନ, ସିଦ୍ଧିବିନାୟକ ସଂଘ ଆଦି ଶତାଧିକ ସଂଗଠନ ଯୋଗଦେଇ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଶେଷରେ ସମ୍ପାଦକ ଜଗନ୍ନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.