centurian jitm

କଣ୍ଟାବାଞ୍ଜିର ନବନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗଙ୍କୁ ମୁରିବାହାଲ ବ୍ଲକରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

nschool
  • ବ୍ଲକ ପ୍ରଶାସନ, ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ, ଯାଦବ ସମାଜ, ହଳଦୀ ମଣ୍ଡଳ ସହ ବହୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଓଡ଼ିଶାର ତଥା ବଲାଙ୍ଗିର ଜିଲ୍ଲାର ବହୁ ଚର୍ଚ୍ଚିତ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗ ଚଳିତ ସାଧାରଣ ନିର୍ବାଚନରେ ବିପୁଳ ଭୋଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରି ବିଜୟୀ ହେବା ପରେ ରବିବାର ପ୍ରଥମ କରି ମୁରିବାହାଲ ବ୍ଲକ ଗସ୍ତ କରିଥିଲେ । ଏଠାରେ ତାଙ୍କୁ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ପକ୍ଷରୁ ଜୋରଦାର ସ୍ୱାଗତ କରାଯାଇଥିଲା । ଛୁଟିଦିନ ପରେ ମଧ୍ୟ ବ୍ଲକକୁ ପହଞ୍ଚିବା ପରେ ପ୍ରଥମେ ତାଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସଭାଗୃହରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲଙ୍କ ସଭାପତିତ୍ୱରେ ବିଧାୟକ ଲକ୍ଷ୍ମଣ ବାଗ, ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି, ଏଇଇ ଅବିନାଶ ମୁଦିଙ୍କ ସହ ବ୍ଲକର ସମସ୍ତ କନିଷ୍ଠ ଯନ୍ତ୍ରୀ, ପିଇଓ, ଜିଆର୍‌ଏସ୍ ଓ ମିଶନ ଶକ୍ତିର ମହିଳା କର୍ମଚାରୀ୍ୱାନେ ଉପସ୍ଥିତ ଥିଲେ । ବିଧାୟକ ବ୍ଲକ ଅଞ୍ଚଳର ସାମାଜିକ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି ମୌଲିକ ସମସ୍ୟାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ଗୁରୁତ୍ଵଆରୋପ କରିଥିଲେ । ବିପିଏମ୍ ଡ. ଗୋପାଳକୃଷ୍ଣ ଦୀପ ସଭା ସଂଯୋଜନା ଓ ଧନ୍ୟବାଦ ଦେଇଥିଲେ । ସ୍ଥାନୀୟ କଲ୍ୟାଣ ମଣ୍ଡପରେ ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ ସିଏଚ୍‌ସି କମିଟି ପକ୍ଷରୁ ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ସଭାପତି ପଦ୍ମନାଭ ସାହୁଙ୍କ ସଭାପତିତ୍ୱରେ ତଥା ପ୍ରତ୍ୟେକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ଉତ୍ସବରେ ବିଧାୟକ ଲକ୍ଷ୍ମଣ ବାଗ, ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ସମ୍ପାଦିକା ପୁଷ୍ପା କୁମ୍ଭାର, ଉପସଭାପତି ଝସକେତନ ଦୀପ ଓ କନ୍ଦର୍ପ ଦୀପ ପ୍ରମୁଖ ମଞ୍ଚାସୀନ ଥିଲେ । ଆଶାକର୍ମୀ ସଂଘ ପକ୍ଷରୁ ଆଶାକର୍ମୀମାନଙ୍କୁ ସରକାରୀ ମାନ୍ୟତା, ସିଏଚ୍‌ସିରେ ସ୍ତ୍ରୀ ଓ ପ୍ରସୂତି ରୋଗ, ଶିଶୁରୋଗ ଭଳି ବିଶେଷଜ୍ଞ ପଦବୀ ପୂରଣ ଭଳି ୧୧ଦଫା ଦାବିପତ୍ର ବିଧାୟକଙ୍କୁ ପ୍ରଦାନ କରାଯାଇଥିଲା । ଏଥିରେ ଆଶାକର୍ମୀ ସଂଘର ଶାନ୍ତି ସରାଫ, ଜୟନ୍ତୀ ସାହୁ, ସାନ୍ତରା ଦୀପ, କଳାବତୀ ବିଭାର, ଧୀରା ମୁଗ୍ରୀ, ବିନୋଦିନୀ ଦାସ, ସୁଷମା ମେହେର, ସୁକାନ୍ତି ସେଠଙ୍କ ସହ ବ୍ଲକର ସମସ୍ତ ଆଶାକର୍ମୀ ଉପସ୍ଥିତ ଥିଲେ । ସେହିପରି ସ୍ଥାନୀୟ ଯାଦବ ଭବନରେ ମଧ୍ୟ ମୁରିବାହାଲ ବ୍ଲକ ଯାଦବ ସମାଜ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ବ୍ଲକ ସମ୍ପାଦକ ତରୁଣ ପୋଢ଼ଙ୍କ ସଭାପତିତ୍ୱରେ ବିଧାୟକ ଲକ୍ଷ୍ମଣ ବାଗ, ଯୁବ ଯାଦବ ବ୍ଲକ ସଭାପତି ଗଙ୍ଗାଧର ହେର୍ଣ୍ଣା, ପଞ୍ଚାୟତ ସଭାପତି ତଥା ସମତି ସଭ୍ୟ ଚକ୍ରଧର ହେର୍ଣ୍ଣା, ଡଙ୍ଗରପଡ଼ା ପଞ୍ଚାୟତ ସଭାପତି ତେଜୁରାମ ବାଗ, ପୂର୍ଣ୍ଣଚନ୍ଦ୍ର ବାଗ, ଜୟମାଲ ସେଲମା, ସୀତାରାମ ବାଗ, ଶ୍ରୀପତି ଷାଣ୍ଡଙ୍କ ସହ ଯାଦବ ସମାଜର ବହୁ କର୍ମକର୍ତ୍ତା ଉପସ୍ଥିତ ଥିବାବେଳେ ଫାଲଗୁନି ହାତୀ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ନବନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗଙ୍କୁ ସ୍ଵାମୀ ବିବେକାନନ୍ଦ ଯୁବକ ସଂଘ ଓ ବଜରଙ୍ଗ ଦଳ ପକ୍ଷରୁ ସଭାପତି ସୁଧାଂଶୁ ପୋଡ଼ ଯାଦବଙ୍କ ନେତୃତ୍ୱରେ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ଲକ ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ପକ୍ଷରୁ ସଭାପତି ଉମେଶ କୁମାର ଖମାରୀ ମଧ୍ୟ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଜେପି ହଳଦୀ ମଣ୍ଡଳ ପକ୍ଷରୁ ମଣ୍ଡଳ ସଭାପତି ଈଶ୍ୱର ପୁଟେଲ ଓ ସମ୍ପାଦକ ସୁବାସ ପୋଢ଼ଙ୍କ ନେତୃତ୍ୱରେ ଖରାଲି ରହେନଚୁଆଁମୁଣ୍ଡାଠାରେ ବିଧାୟକ ଲକ୍ଷ୍ମଣ ବାଗଙ୍କ ଉଦ୍ଦେଶ୍ୟରେ ବିଜୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ହଳଦୀ ଗ୍ରାମବାସୀଙ୍କ ପକ୍ଷରୁ ମଧ୍ୟ ବିଧାୟକ ଲକ୍ଷ୍ମଣ ବାଗଙ୍କ ପାଇଁ ଭବ୍ୟ ସ୍ୱାଗତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.

error: Content is protected !!