om academy

ଡେଲାଙ୍ଗ ଆଦର୍ଶ ବିଦ୍ୟାଳୟରେ ଗୃହ ପ୍ରବେଶ ଓ ସ୍ଵାଗତ ସମ୍ବର୍ଦ୍ଧନା

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବେରବୋଇ ସ୍ଥିତ ଡେଲାଙ୍ଗ ଆଦର୍ଶ ବିଦ୍ୟାଳୟରେ ଶୁକ୍ରବାର ଛାତ୍ରଛାତ୍ରୀମାନଙ୍କ ନୂତନ ଗୃହ ପ୍ରବେଶ ଅବସରରେ ଅଭିଭାବକ ମହାସଂଘ ତରଫରୁ ସ୍ଵାଗତ କରାଯିବା ସହ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ଅଧ୍ୟକ୍ଷାଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଅଭିଭାବକ ମହାସଂଘର ସଭାପତି ଅଶୋକ ପ୍ରଧାନ ଓ ସଂପାଦକ ମୋହନ ମହାନ୍ତି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଗୋଲାପ ଫୁଲ ଓ ମିଷ୍ଟାନ୍ନ ଦେଇ ସ୍ଵାଗତ କରିଥିଲେ । ସେହିପରି ଆନ୍ତର୍ଜାତୀୟ ଯୋଗ ଦିବସକୁ ସ୍ମରଣ କରିବା ସହ ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରି ପାଠପଢା, ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, ତର୍କ ପ୍ରତିଯୋଗିତା ଓ ଖେଳକୁଦ ଆଦିରେ ନିଜର ପାରଦର୍ଶିତା ପ୍ରତିପାଦନ କରିବା ପାଇଁ ଅଭିଭାବକ ମହାସଂଘ ସଭାପତି ଶ୍ରୀ ପ୍ରଧାନ ଆହ୍ଵାନ ଦେଇଥିଲେ । ଅଭିଭାବକ ମହାସଂଘ ସଂପାଦକ ଶ୍ରୀ ମହାନ୍ତି ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଭିଭାବକ ପ୍ରଶାନ୍ତ ବେହେରା, ବସନ୍ତ କୁମାର ବେହେରା, ଜୟନ୍ତୀ ନାୟକ, ବିଶ୍ଵନାଥ ନାୟକ, ରଶ୍ମିରଞ୍ଜନ ଦାଶ, ଚିନ୍ମୟ ମହାନ୍ତି, ରୀନା ବେହେରା, ଦେବେନ୍ଦ୍ର ବେହେରା, ସ୍ନେହଲତା ରାଉତ, ବିଶ୍ୱଜିତ୍ ପଣ୍ଡା, ଅଶୋକ କୁମାର ଜେନା, ବିକାଶ ସ୍ୱାଇଁ, ବିଶ୍ଵନାଥ ମଙ୍ଗରାଜ ଓ ସତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ସସ୍ମିତା ସାହୁ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.