om academy

ରାଜ୍ୟସ୍ତରୀୟ ଓଡ଼ିଆ ଶିଶୁ ସାହିତ୍ୟିକ ସମ୍ମିଳନୀ ଓ ସାରସ୍ୱତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

jsm
  • କାଳଜୟୀ ସାହିତ୍ୟ ସୃଷ୍ଟି ହିଁ ଓଡ଼ିଆ ଅସ୍ମିତାକୁ ଜାଗୃତି କରିବ : ଡ. ହରିହର କାନୁନ୍‌ଗୋ
  • ଡ. ଦୀପ୍ତିମୟୀ ବେହେରାଙ୍କ ‘ପ୍ରବନ୍ଧ ବହୁବିଧ’ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର କୋଏଲ ନଗର ସ୍ଥିତ ଆର୍‌ଏସ୍‌ପି ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟସ୍ତରୀୟ ଓଡ଼ିଆ ଶିଶୁ ସାହିତ୍ୟିକ ସମ୍ମିଳନୀ ଓ ସାରସ୍ୱତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ହୋଇଥିବା ଆୟୋଜନ ସମିତିର ଅଧ୍ୟକ୍ଷ ତଥା ବରିଷ୍ଠ ଶିଶୁ ସାହିତ୍ୟିକ ତ୍ରିଲୋଚନ ମଥାନଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ଗବେଷକ ତଥା ସାହିତ୍ୟିକ ଡ. ହରିହର କାନୁନ୍‌ଗୋ ଯୋଗଦେଇ କାଳଜୟୀ ସାହିତ୍ୟ ସୃଷ୍ଟି ହିଁ ଓଡ଼ିଆ ଅସ୍ମିତାକୁ ଜାଗୃତି କରିବ ବୋଲି କହିଥିଲେ । ଓଡ଼ିଶାର ନିଜସ୍ୱ ତଥା ଓଡ଼ିଆ ଅସ୍ମିତା ପ୍ରତୀକ ପବିତ୍ର ରଜ ପର୍ବର ଶେଷ ଦିନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡ. କାନୁନ୍‌ଗୋ ମା’ ମାଟି ଓ ମାତୃଭାଷାକୁ କେବେ ଭୁଲନ୍ତୁ ନାହିଁ ବୋଲି କହିଥିଲେ । ମୁଖ୍ୟବକ୍ତାଭାବେ ବିଶିଷ୍ଟ ସାହିତ୍ୟିକ ଡ. ବସନ୍ତ କିଶୋର ସାହୁ ଯୋଗଦେଇ ଶିଶୁ ସାହିତ୍ୟିକମାନେ ଶିଶୁମାନଙ୍କର ମନସ୍ତସ୍ୱକୁ ବୁଝି ଶିଶୁ ସାହିତ୍ୟ ରଚନା କରିବା ପାଇଁ ଆହ୍ୱାନ ଦେଇଥିଲେ । ଶିଶୁମାନଙ୍କ ପାଇଁ ଲେଖାଯାଉଥିବା ସାହିତ୍ୟ ଅପେକ୍ଷାକୃତ କ୍ଷୁଦ୍ର ହେଲେଯାଇ ଏହା ଅଧିକରୁ ଅଧିକ ଶିଶୁମାନଙ୍କ ଦ୍ୱାରା ଗ୍ରହଣୀୟ ହେବେ ବୋଲି ଡ. ସାହୁ ମତ ରଖିଥିଲେ । ସମ୍ମାନିତ ଅତିଥିଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ରାଜକିଶୋର ପାଢ଼ୀ ସମ୍ପ୍ରତି ଶୈଶବ ଓ ମାନବିକତା ସଙ୍କଟରେ ଥିଲାବେଳେ ଉତ୍କୃଷ୍ଟ ଶିଶୁ ସାହିତ୍ୟ ସମାଜକୁ ଦିଗ୍‌ଦର୍ଶନ ଦେବାରେ ସହାୟକ ହେବ ବୋଲି କହିଥିଲେ । ଆୟୋଜନ ସମିତିର ସାଧାରଣ ସମ୍ପାଦକ ଶଶଧର ପଣ୍ଡା ଏହିଭଳି କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ସୂଚନା ଦେଇଥିଲେ । ଅଧ୍ୟକ୍ଷ ଶ୍ରୀ ମଥାନ କାର୍ଯ୍ୟକ୍ରମର ରୂପରେଖ ସହିତ ରାଉରକେଲା ସହରରେ ପ୍ରଥମ ଥର ପାଇଁ ଏହିଭଳି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମର ଉଦ୍‌ଘାଟକଭାବେ ବରିଷ୍ଠ ସମାଜସେବୀ ଓ ସଙ୍ଗଠକ ଇଂ ଅଭୟ କୁମାର ଦାସ ସାହିତ୍ୟ ଓ ସମାଜ ପରସ୍ପରର ପରିପୂରକ ବୋଲି କହିବା ସହ ସମାଜକୁ ଦିଗ୍‌ଦର୍ଶନ ଦେବାରେ ସାହିତ୍ୟର ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏଥିରେ ଆୟୋଜନ ସମିତିର କାର୍ଯ୍ୟକାରୀ ସଭାପତି ଶିକ୍ଷାବିତ ପ୍ରଶାନ୍ତ କୁମାର ପତି କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଶିଶୁ ସାହିତ୍ୟର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । କୋଷାଧ୍ୟକ୍ଷ ମନୋଜ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲବ୍ଧ ପ୍ରତିଷ୍ଠିତ ଓ ପରିଚିତ ଶିଶୁ ସାହିତ୍ୟିକମାନଙ୍କର ବିଭିନ୍ନ ପ୍ରକାରର ଲେଖା ସମ୍ବଳିତ ଏକ ସ୍ମରଣିକା- ନବପ୍ରଭାତ ନାମରେ ଉନ୍ମୋଚିତ ହୋଇଥିଲା । ଏହା ସହିତ ଏହି କାର୍ଯ୍ୟକ୍ରମରେ ଡ. ଦୀପ୍ତିମୟୀ ବେହେରାଙ୍କ ପ୍ରବନ୍ଧ ବହୁବିଧ, ବିଜୟୀନୀ ଜେନାନଙ୍କ ଶିଶୁ କବିତା ସଙ୍କଳନ ଗୀତରେ ଆସ ଜାଣିବା, ତ୍ରିଲୋଚନ ମଥାନଙ୍କ ଶିଶୁ କବିତା ସଙ୍କଳନ ଆମ ଜୀବନ ଆମ କଥା, ସ୍ମିଗ୍ଧା ନାୟକଙ୍କ ଉପନ୍ୟାସ ମେପଲ, ଅନୁପମା ପ୍ରଧାନଙ୍କ କବିତା ସଙ୍କଳନ ଚେତନାରୁ ଚୈତନ୍ୟ ପୁସ୍ତକ ଗୁଡ଼ିକ ଲୋକାର୍ପଣ ହୋଇଥିଲା । ଏହା ସହିତ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶିଶୁ ସାହିତ୍ୟିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏହି ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କ ମଧ୍ୟରେ- ତ୍ରୈଲୋକ୍ୟନାଥ ମହାପାତ୍ର – ଝାରସୁଗୁଡ଼ା, ସ୍ନିଗ୍ଧା ନାୟକ–ସମ୍ବଲପୁର, ପଞ୍ଚାନନ ସାହୁ- ଓ ଶ୍ରୀମତି ଅଶ୍ରୁ ପ୍ରଧାନ-ସୁନ୍ଦରଗଡ଼, ନିରଞ୍ଜନ ପତି ଓ ଅନୁପମା ପ୍ରଧାନ- ଅନୁଗୁଳ, ମନୋଜ କୁମାର ଭୋଇ– କନ୍ଧମାଳ, ଦିନବନ୍ଧୁ କର– ଯାଜପୁର, ସ୍ୱର୍ଣ୍ଣପ୍ରଭା ମହାପାତ୍ର- ସୂବର୍ଣ୍ଣପୁର, ନୃସିଂହ ଚରଣ ଜେନା – କଟକ, ନିଳାମ୍ବର ମିଶ୍ର -ପୁରୀ, ମମତା ମହାନ୍ତି- ମୟୁରଭଞ୍ଜ, ମାତୃପ୍ରସାଦ ଶତ୍ରୁଜିତ- ଜଗତସିଂହପୁର, ଦେବବ୍ରତ ସାହୁ – ଭଦ୍ରକ, ଗୋଲାପ ନନ୍ଦ– ଅନୁଗୁଳ, ପୂର୍ଣ୍ଣଚନ୍ଦ୍ର ମେହେର- ବଲାଙ୍ଗିର, ସୌଭାଗିନୀ ନନ୍ଦ– କୋରାପୁଟ, ବାସନ୍ତୀ ମଞ୍ଜରୀ ହନୁମାନ-ବଲାଙ୍ଗିର, ଧ୍ରୁବ ଚରଣ ଘିବେଲା – ବୌଦ, ପ୍ରଫୁଲ୍ଲ ମହାପାତ୍ର – ଦେବଗଡ଼, ଦ୍ରୌପଦୀ ମହାପାତ୍ର – କେନ୍ଦ୍ରାପଡ଼ାଙ୍କ ସମେତ ରାଉରକେଲାର ଶ୍ୱେତ କୁମାର ବେହେରା, ପ୍ରକାଶ ସେଠୀ, ସବିତା ବସ୍ତିଆ, ସତ୍ୟବ୍ରତ ଦାସ, ବିଜୟିନୀ ଜେନା, କଳ୍ପନା ନନ୍ଦଙ୍କ ସମେତ ସ୍ୱତନ୍ତ୍ରଭାବେ ମହିଳା ଉଦ୍ୟୋଗୀ ନିହାରିକା ବସ୍ତିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ ୬ ଜଣ ବିଶିଷ୍ଟ ଶିଶୁ ପ୍ରତିଭା – ସ୍ନିତିକା ମଥାନ, ଅନ୍ୱେଷା ସେଠୀ, ଅସ୍ମିତ ଅନ୍ୱେଷ ରାଉତ, ଶ୍ରେୟସି ସାହୁ, ବୈଷ୍ଣବୀ ସାହୁ, ମହେଶ ଚନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଗୀତ, ସଙ୍ଗୀତ ଓ କବିତା ଆସର କାର୍ଯ୍ୟକ୍ରମ ବିଜୟିନୀ ଜେନାଙ୍କ ସଭାପତିତ୍ୱ, ଗୀତାରାଣି ବେହେରା ଓ ସୁମିତ୍ରା ମିଶ୍ରଙ୍କ ସଂଯୋଜନାରେ ହୋଇଥିଲା । ପ୍ରାରମ୍ଭରେ ଜ୍ୟୋତିର୍ମୟ ଆଚାର୍ଯ୍ୟ ଓ ସାଥୀ ସ୍ୱାଗତ ସଂଗୀତ ଗାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଆୟୋଜନ ସମିତିର ଉପସଭାପତି ଉପେନ୍ଦ୍ର ବସ୍ତିଆ, ସାଙ୍ଗଠନିକ ସମ୍ପାଦକ ସୁଶାନ୍ତ ନାୟକ, ଯୁଗ୍ମ ସମ୍ପାଦକ ଗୌତମ ଦାସଙ୍କ ସମେତ କାର୍ଯ୍ୟକାରୀ ସମିତିର ସଦସ୍ୟା ମମତା ଜେନା, ରଙ୍କନିଧି ସେଠୀ, ପ୍ରତାପ ପଣ୍ଡା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଆୟୋଜନ ସମିତିର ଉପସଭାପତି ଡ. ଉମାକାନ୍ତ ପଣ୍ଡା ସଂଯୋଜନା କରିଥିଲାବେଳେ ମାନପତ୍ର ପାଠ ସହିତ ସଂଯୋଜନାରେ ସହଯୋଗ କରିଥିଲେ କବି ସୁସ୍ମିତା ମହାପାତ୍ର ।

Leave A Reply

Your email address will not be published.