ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଆନନ୍ଦ ପୁଟାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗରଗଡବାହାଲ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ କାର୍ଯ୍ୟ କରୁଥିବା ଆନନ୍ଦ ପୁଟା ଆଜି ମେ ୩୧ ଶୁକ୍ରବାର ଦିନ ନିଜ ଦୀର୍ଘ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ହଳଦୀ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ମୁରିବାହାଲ ବିଡିଓ ପୂର୍ଣ୍ରାନନ୍ଦ ପଟେଲ ମୁଖ୍ୟ ଅତିଥି, ବ୍ଲକ ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି, ଜିପିଡିଓ ଏନ୍‌ଜେ ଥିଓଫିଲ, ଏଇଇ ଅବିନାଶ ମୁଦି, ସେକ୍ସନ ଅଫିସର ରାଜେନ୍ଦ୍ର ନାୟକ, ଏପିଓ ବସନ୍ତ ବଳିଆର ସିଂ, ବ୍ଲକ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ ସଭାପତି ରଶ୍ମୀରଞ୍ଜନ ନାଗ, ସମ୍ପାଦକ ସୁଧାଂଶୁ ଶେଖର ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଶ୍ରୀ ପୁଟାଙ୍କ ଦୀର୍ଘ ଚାକିରୀ ଜୀବନର ଗୁଣାବଳୀ ବର୍ଣ୍ଣନା କରିଥିଲେ । ନିଜ ବକ୍ତବ୍ୟରେ ଶ୍ରୀ ପୁଟା ନିଜ ଚାକିରୀ ଜୀବନର ଅନୁଭୂତି ବର୍ଣ୍ଣନା କରି ଭାବବିହ୍ୱଳ ହୋଇ ପଡ଼ିଥିଲେ । ଏହି ଅବସରରେ ମୁରିବାହାଲ ବ୍ଲକ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ତାଙ୍କୁ ଉପଢୌକନ ସହ ସମ୍ମାନିତ କରି ତାଙ୍କ ଅବସର ପରବର୍ତ୍ତୀ ଜୀବନର ସୁଖସମୃଦ୍ଧି କାମନା କରାଯାଇଥିଲା । ଏହା ସହିତ ମୁରିବାହାଲ ବ୍ଲକରେ ନୂତନ ଭାବେ ଯୋଗ ଦେଇଥିବା ସାତଜଣ ପିଇଓଙ୍କୁ ମଧ୍ୟ ସଂଘ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପିଇଓ ହରେକୃଷ୍ଣ ଦାସ, ଗୁଣନିଧି ପାଇକଙ୍କ ସହ ପିଇଓ ଗଣାଧିପ ପୋଡ଼, ରଞ୍ଜନ କୁମାର ରଣା, ମିଳନ ରାଜପଳିଆ, ଗଙ୍ଗାଧର ଛତର, କମ୍ବୁଚରଣ ବାଗ, ଅର୍ଜୁନ ଛୁରା, ସୀତାକାନ୍ତ ବେହେରା, ଦୁର୍ଯ୍ୟୋଧନ ମେହେର, ପ୍ରକାଶ ପନିକା ଓ ଚନ୍ଦ୍ରିକା ସେଠଙ୍କ ସହ ସମସ୍ତ ୭ ଜଣ ନୂତନ ପିଇଓ ଯୋଗ ଦେଇଥିଲେ ।

Leave A Reply

Your email address will not be published.