ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚୁଡାମଣି ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ଗତ ଦଶମ ଶ୍ରେଣୀ ପରୀକ୍ଷାରେ ଉଚ୍ଚ ମାର୍କ ରଖିଥିବା ୪ ଜଣ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ପୂର୍ବତନ ବ୍ଳକ ଶିକ୍ଷା ଅଧିକାରୀ ତ୍ରିବିକ୍ରମ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରୀ ମାନଙ୍କର ମନୋବଳ ବଢାଇଥିଲେ । ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଆସନ୍ତା ବର୍ଷ କିଭଳି ଭାବରେ ପରୀକ୍ଷାଫଳରେ ଉନ୍ନତି କରାଯିବା, କି କି ପଦକ୍ଷେପ ନିଆଯିବ ତା ଉପରେ ଆଲୋକପାତ କରିଥିଲେ । ଆସନ୍ତା ବର୍ଷ ପାଇଁ ୧୫ ଜଣ ଛାତ୍ରୀଙ୍କୁ ବିଦ୍ୟାଳୟ ସ୍ତରୀୟ ଉଜ୍ୱଳ ତାରକା ରୂପରେ ଗ୍ରହଣ କରାଯାଇଥିଲା । ପରବର୍ତ୍ତୀ ସ୍ତରରେ ଗତ ୨୨ ତାରିଖରୁ ଚାଲି ଆସୁଥିବା ଗ୍ରୀଷ୍ମ ଶିବିରର ଆଜି ଉଦ୍‌ଯାପନୀ ଦିବସ ଥିଲା । ଏହି ଶିବିରକୁ ଆସୁଥିବା ପିଲା ମାନଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ମୋମେଣ୍ଟୋ ପ୍ରଦାନ କରାଯାଇଥିଲା । ପିରାମଲ ପାଉଣ୍ଡେସନ ଦ୍ଵାରା ଗ୍ରୀଷ୍ମ ଶିବିରର ସୁପରିଚାଳନା କରୁଥିବା ସାଧାନ କର୍ମୀ ପ୍ରଜ୍ୱଳ ବିନାୟତ ଓ କୁମାରୀ ପୁନମଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଶିବିରରେ ନିଃସ୍ୱାର୍ଥପର ଭାବରେ ସେବା ଯୋଗାଇଥିବା ଯୋଗୁଁ ବିଦେଶୀ ସାହୁ, ବର୍ଷାରାଣୀ ସିଂ ଓ ପୂଜା ବହିଦାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିବିରରେ ସମସ୍ତ ସହାୟତା ଯୋଗାଇ ଦେଇଥିବା ଯୋଗୁଁ ଜ୍ୟୋତ୍ସ୍ନାରାଣୀ ସାହୁ, ଖୁସବୁ ବରିହା, ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ ଓ କମଳା କୁମ୍ଭାରଙ୍କୁ ସ୍ୱତନ୍ତ୍ର ଧନ୍ୟବାଦ ଅର୍ପଣ କରାଗଲା । ପରିଶେଷରେ ଦୀର୍ଘ ୨୩ ବର୍ଷ ଏହି ବିଦ୍ୟାଳୟରେ ସେବା ଦେଲା ପରେ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ସୁରେନ୍ଦ୍ର କୁମାର ଭୋଇ ଆଜି ସେବା ନିବୃତ୍ତ ହେଲେ । ତାଙ୍କ ସମ୍ମାନର୍ଥେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ଭୋଇ ସାର୍‌ଙ୍କର ଅବସରୋତ୍ତର ଜୀବନ ନିରାମୟ ଓ ଆନନ୍ଦମୟ ହେଉ ବୋଲି ଆଶା ପୋଷଣ କରାଗଲା । ଏହି ସଭାରେ ସମସ୍ତ ଅତିଥିଙ୍କ ସମେତ ବିଦ୍ୟାଳୟରୁ ଅବସର ନେଇଥିବା ଶିକ୍ଷକ ଜୀବନାନନ୍ଦ ସାହୁ ତଥା ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ପୂଜା ରାଣୀ ନାୟକ, ସଂଯୁକ୍ତା ଭୋଇ, ବୃନ୍ଦାବତୀ ସାହୁ, ଜ୍ୟୋତିରେଖା ମହାନନ୍ଦ, ପ୍ରଭାତୀ ପଟ୍ଟନାୟକ, ନୀଳିମା ରାଣୀ ମହାନ୍ତି ଓ ସୁଷମା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.