ଟାଇକଣ୍ଡୋ ଖେଳାଳିଙ୍କୁ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୧୭ ରୁ ୧୯ ତାରିଖ ପୁରୀର ରେଲୱେ କଲ୍ୟାଣ ମଣ୍ଡପଠାରେ ରାଜ୍ୟସ୍ତରୀୟ ସବ୍‌ ଜୁନିୟର ଓ କ୍ୟାଡେଟ ସବ୍‌ ଜୁନିୟର ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅସୀମ ଟାଇକଣ୍ଡୋର ଛାତ୍ରୀ ସାନଭି ପ୍ରଧାନ କ୍ୟୁରୁଗି (ଫାଇଟ) ବିଭାଗରେ ସ୍ୱର୍ଣ୍ଣପଦକ ପାଇଥିବା ବେଳେ ଇସାନା ମହାନ୍ତି କ୍ୟୁରୁଗି ବିଭାଗରେ ବ୍ରୋଞ୍ଚ ପଦକ ହାସଲ କରିଥିଲେ । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ନିଜ ଅଫିସ ଚେମ୍ପରରେ ସାନଭି ପ୍ରଧାନ, ଇସାନା ମହାନ୍ତି ଓ ଟାଇକଣ୍ଡୋ କୋଚ ଅସୀମ କୁମାର ଭୋଇଙ୍କୁ ଉପଢୌକନ ଓ ଫୁଟତୋଡା ସହ ସମ୍ବର୍ଦ୍ଧିତ କରିଥିଲେ ଓ ଛାତ୍ର ଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବା ସହ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର କାର୍ଯ୍ୟକଳାପକୁ ଭୁୟସୀ ପ୍ରଂଶସା କରିଥିଲେ । ଆସନ୍ତା ଡିସେମ୍ବର ୧ ରୁ ୩ ତାରିଖ ପର୍ଯ୍ୟନ୍ତ ଡେହେରାଡୁନ୍‌ ଠାରେ ହେବାକୁ ଥିବା ଜାତୀୟସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତାରେ ଓଡିଶାରୁ ସାନଭି ପ୍ରଧାନ ପ୍ରତିନିଧିତ୍ୱ କରିବେ ବୋଲି କୋଚ ଅସୀମ ଭୋଇ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଯଦି ଏହି ସଂଗଠନ ପାଇଁ ଭିତ୍ତିଭୂମିର ବିକାଶ କଲେ ଏହି ଜିଲ୍ଲାର ଛାତ୍ର / ଛାତ୍ରୀମାନେ ଏହି ଖେଳରେ ଆନ୍ତର୍ଜାତୀୟ ସ୍ତରୀୟ ଚମ୍ପିୟନସିପରେ ଭାଗ ନେବା ପାଇଁ ସ୍ୱପ୍ନ ଦେଖିପାରିବେ ଏବଂ ନିଜର ଭବିଷ୍ୟତ ଗଠନ କରିପାରିବେ ବୋଲି ଶ୍ରୀ ଭୋଇ ମତପ୍ରକାଶ କରିଛନ୍ତି ।

Leave A Reply

Your email address will not be published.