oom

ଇସ୍ପାତ ଫିଟନେସ୍‌ ପାର୍କର ବିଦାୟ ସମ୍ବର୍ଦ୍ଧନା

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ସେକ୍ଟର ୧୯ରେ ଇସ୍ପାତ ଫିଟନେସ ପାର୍କ ୨୦୦୬ ମସିହାରେ ନିର୍ମିତ ହୋଇଥିଲା । ସେଦିନଠାରୁ ପାର୍କର ବର୍ଷିଆନ ନିମାଇଁ ଚରଣ ରାୟଙ୍କ ନେତୃତ୍ୱରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଇସ୍ପାତ ସରକାରୀ, ସରକାରୀ କର୍ମଚାରୀ, ବିଭିନ୍ନ ବିଭାଗରେ କାମ କରୁଥିବା ସ୍ୱାସ୍ଥ୍ୟ ସଚେତନ ଥିବା ବ୍ୟକ୍ତିମାନେ ପ୍ରାତଃ ଭ୍ରମଣ ସହ ବ୍ୟାୟାମ କରିଥାନ୍ତି । ଏହି ପାର୍କ ସହ ମୂଳରୁ ଜଡିତ ଥିବା ରାଉରକେଲା ଇସ୍ପାତ କାରଖାନାର ମହାପ୍ରବନ୍ଧକ କ୍ରିଷ୍ଣ କୁମାର ପାଣ୍ଡେ ପଦୋନ୍ନତି ପାଇ ମୁଖ୍ୟ ମହାପ୍ରବନ୍ଧକ ହିସାବରେ ବୋକାରୋ ଇସ୍ପାତ କାରଖାନାରେ ଯୋଗ ଦେଇଥିବାରୁ ଏବଂ ପାର୍କ ପ୍ରତି ତାଙ୍କର ଅବଦାନ ପାଇଁ ତାଙ୍କୁ ଏକ ଶୁଭେଚ୍ଛାମୂଳକ ବିଦାୟ ସମ୍ବର୍ଦ୍ଧନା ଇସ୍ପାତ ଫିଟନେସ ପାର୍କ ତରଫରୁ ଦିଆଯାଇଥିଲା । ଡକ୍ଟର ସୁମନ ଦତ୍ତଙ୍କ ଆବାହକତ୍ୱରେ ଏବଂ ନିମାଇଁ ଚରଣ ରାୟଙ୍କ ସଭାପତିତ୍ୱରେ ପାର୍କ ସହ ଜଡିତ ପ୍ରାୟ ଶତାଧିକ ସଦସ୍ୟ ବିଦାୟ ସଭାରେ ଯୋଗ ଦେଇଥିଲେ । ଶ୍ରୀ ରାୟ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଶ୍ରୀ ପାଣ୍ଡେଙ୍କୁ ପଦୋନ୍ନତି ପାଇଁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଏହି ପାର୍କ ପ୍ରତି ଥିବା ଭାବଗତ ସମ୍ପର୍କ ବଜାୟ ରଖିବାକୁ ଅନୁରୋଧ କରିଥିଲେ । ଉପସ୍ଥିତ ଥିବା ପ୍ରଭାତ ବିଶ୍ୱାଳ, ଆର. ଏନ. ରାଜେନ୍ଦ୍ରନ, ଡି. ପ୍ରସାଦ, ଚିତ୍ତରଞ୍ଜନ ମିଶ୍ର, ଅବକାଶ ବେହେରା, କାଶୀନାଥ ନନ୍ଦୀ, ବୋକାରୋ ଷ୍ଟିଲପାଣ୍ଟର କେ. ଆର. ତ୍ରିପାଠୀ ଓ ଅନ୍ୟମାନେ ଶ୍ରୀ ପାଣ୍ଡେଙ୍କର ପଦୋନ୍ନତି ହୋଇଥିବାରୁ ଖୁସି ପ୍ରକାଶ ସହ ତାଙ୍କର ଅମାୟିକ ବ୍ୟକ୍ତିତ୍ୱର ଗୁଣଗାନ କରିଥିଲେ । ଶ୍ରୀ ପାଣ୍ଡେ ରାଉରକେଲା ଭଳି ଏକ ସ୍ୱଚ୍ଛ ଓ ସୁନ୍ଦର ସହରରେ କଟାଇଥିବା ମୁହୂର୍ତ୍ତମାନଙ୍କର ସ୍ମୃତି ଚାରଣ କରିବା ସହ ଫିଟ୍‌ନେସ ପାର୍କ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟର ଉନ୍ନତି ହୋଇଥିବାରୁ ପାର୍କର ସମସ୍ତ ବନ୍ଧୁମାନଙ୍କ ସହାଚାର୍ଯ୍ୟ ଓ ଭାବ ବିହ୍ଵଳ ସମ୍ବର୍ଦ୍ଧନା ପାଇଁ ଋଣି ରହିବେ ବୋଲି ପ୍ରକାଶ କରିଥିଲେ । ଅଜୟ ପୂଜାରୀ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ଭିତରେ ଅକ୍ଷୟ କୁମାର ରାଉତ, ପ୍ରଫୁଲ୍ଲ କୁମାର ସାହୁ, ରାଜ କୁମାର ଯୋଶୀ, ଅଲେଖ ବେହେରା, ବ୍ରଜବନ୍ଧୁ ତ୍ରିପାଠୀ, ସନ୍ତୋଷ ପଣ୍ଡା, ବିକାଶ ରାଉତରାୟ, ଟି. ଏଲ. ଏନ. ଦୋରା, ବିଷ୍ଣୁ ବେହେରା, ସଞ୍ଜୟ ସାହୁ, ଧିରେନ ବାରିକ, ସାଇପ୍ରଭା ରାଉତ, ପ୍ରତିଭା ମଞ୍ଜରୀ ସାହୁ, ବାବାଜୀ ଚରଣ ବେହେରା, ବିବେକାନନ୍ଦ ପରିଡା, ଅମିତ ଚୌଧୁରୀ, ଏମଡି ଦାଉଦ ଓ ଅନ୍ୟମାନେ ଉପସ୍ଥିତ ରହି ଶ୍ରୀ ପାଣ୍ଡେଙ୍କୁ ବିଦାୟ ଦେଇଥିଲେ । ପାର୍କ କମିଟି ତରଫରୁ ଚା’ପାନର ବନ୍ଦୋବସ୍ତ କରାଯାଇଥିଲା ।

jittmm
Leave A Reply

Your email address will not be published.