ମେହେରମୁଣ୍ଡା ସିଂ କୋଚିଂ ସେଣ୍ଟରଠାରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମେହେରମୁଣ୍ଡା ସିଂ କୋଚିଂ ସେଣ୍ଟରଠାରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ରଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ସୈନିକ ସଂଘର ସଂପାଦକ ପ୍ରତାପ ଚନ୍ଦ୍ର ରଥ, ସମ୍ମାନିତ ଅତିଥି ଭାବରେ ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେସନ, ପୁଇଁନ୍ତଲା ବ୍ଲକର ସଭାପତି ରୋଶନ ସୁନା, ସମାଜସେବୀ ଉତ୍ତମ ଖମାରୀ ଯୋଗ ଦେଇଥିଲେ । କୋଚିଂ ସେଣ୍ଟରରେ ଅଧ୍ୟୟନରତ ଯୁକ୍ତ ଦୁଇରେ କୃତିତ୍ୱ ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥିମାନେ ସମ୍ମାନିତ କରିଥିଲେ । ଛାତ୍ରଛାତ୍ରୀମାନେ ହେଲେ ସମୀର ମହାକୁର, ରାକେଶ ସାଏ, ପ୍ରିତମ ସାଏ, ଖୁସିରାମ ପାଣ୍ଡେ, ଦୁର୍ବାଦଳ ପଧାନ, ଚିନ୍ମୟ ଦୀପ୍‌, ରେଖା ସେଠ୍‌, ଜିନା ସେଠୀ, ବିନି ସାହୁ । ମୁଖ୍ୟ ଅତିଥି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସମ୍ମାନିତ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ପାଠପଢା ସହିତ ସମାଜସେବାରେ ନିଜକୁ ବ୍ରତୀ କରିବା ପାଇଁ ମତବ୍ୟକ୍ତ କରିଥିଲେ । କୋଚିଂ ସେଣ୍ଟରର ପରିଚାଳକ ରାଜେନ୍ଦ୍ର ପ୍ରସାଦ ସିଂହ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.