ରସାୟନ ବିଜ୍ଞାନ ବିଭାଗରେ ବିଦାୟ ସମ୍ୱର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ରସାୟନ ବିଭାଗର ପ୍ରକୋଷ୍ଠରେ ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ଵରେ ଏକ ବିଦାୟକାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଡ଼ଃ ମନୋଜ ପ୍ରଧାନକୁ ରସାୟନ ବିଭାଗ ତରଫରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅଧ୍ୟାପକ ଚନ୍ଦ୍ରକାନ୍ତ ସୁନା, ଦେବାଶିଷ ସାହୁ, ଖୁଦିରାମ ପାତ୍ର, ଡେମନଷ୍ଟ୍ରେଟର ବିକାଶ ଗୁପ୍ତା ନିଜର ବକ୍ତବ୍ୟ ପ୍ରଦାନ କରି ଡ଼ଃ ପ୍ରଧାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଡ଼ଃ ପ୍ରଧାନ ନିଜର ବକ୍ତବ୍ୟ ମାଧ୍ୟମରେ ବିଭାଗର ଉନ୍ନତି ଏବଂ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଉପରୋକ୍ତ କାର୍ଯ୍ୟକ୍ରମରେ ବିଭାଗର ଛାତ୍ର ଖିରୋଦ୍ର, ଅଳକା, ସଂଗୀତା, ଶୁଭମ୍, ଆଭାସ, ଶୁଭଶ୍ରୀ ଏବଂ ସୁଜିତ୍ ସହଯୋଗ ପ୍ରଦାନ କରିଥିଲେ । ଉକ୍ତ ସଭାରେ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.