ନୂତନ ବିଇଓଙ୍କୁ ମୁରିବାହାଲ ବ୍ଲକ ବିକାଶ ମଞ୍ଚ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଶିକ୍ଷା ବିଭାଗ ନୂତନ ବିଇଓଙ୍କୁ ମୁରିବାହାଲ ବ୍ଲକ ବିକାଶ ମଞ୍ଚ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିକାଶ ମଞ୍ଚ ର ସଭାପତି ଫାଳଗୁନୀ ହାତୀ, ସମ୍ପାଦକ ଥବିର ସା, ସହସମ୍ପାଦକ ମଦନ ଥାଟି, କୋଷାଧ୍ୟକ୍ଷ ହରିଦାସ ତାଣ୍ଡି, ଦ୍ୱାରୀ ତାଣ୍ଡି, ସୁରେଶ ସାହୁ, ଦୈତାରି ହାତୀ, ସୁଭେନ୍ଦୁ ମହାକୁର, ହିମାଂଶୁ ବଘାର ଓ ବିକାଶ ମଞ୍ଚର ସଭ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷାରେ ବିଷେଶ ଭାବରେ ଉନ୍ନତି ଆଣିବାକୁ ଏହି ଅବସରରେ ଅନୁରୋଧ କରାଯାଇଥିଲା । ଏଥିରେ ବହୁ ସଦସ୍ୟ ସାମିଲ ହୋଇଥିଲେ ।

Leave A Reply

Your email address will not be published.