‘ସଂସ୍କୃତି ଓ ସଂସ୍କୃତି’ ପକ୍ଷରୁ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’ ଏବଂ ‘ସଚେତନ ନାଗରିକ ଫୋରମ୍‌’, ଓଡ଼ିଶା ପକ୍ଷରୁ ଦ୍ୱୈତ ନଗରୀର ନୂତନ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଉଭୟ ଅନୁଷ୍ଠାନର ଏକ ପ୍ରତିନିଧି ଦଳ ଶ୍ରୀ ପ୍ରିୟଦର୍ଶୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ପୁଷ୍ପଗୁଚ୍ଛ ଓ ଉପଢେ଼øକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ରାଜଧାନୀରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ଜନ ସହଯୋଗ ଉପରେ କମିଶନର ଗୁରୁତ୍ୱାରୋପ କରିଥିଲେ । ଏହି ପ୍ରତିନିଧି ଦଳରେ ସଭାପତି ପ୍ରଦୋଷ ପଟ୍ଟନାୟକ, ସଂପାଦକ ଦିଲ୍ଲୀପ ହାଲି, ରବିନ୍ଦ୍ର ବିଶ୍ୱାଳ ପ୍ରମୁଖ ଯାଇଥିଲେ ।

Leave A Reply

Your email address will not be published.