ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟରେ ପୁରଷ୍କାର ବିତରଣୀ ଓ ବିଦାୟ ସମ୍ବର୍ଦ୍ଧନା ସମାରୋହ

ଧର୍ମଶାଳା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟରେ ପୁରଷ୍କାର ବିତରଣୀ ଓ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଡକ୍ଟର ସୌରଭ ରଂଜନ ଖମାରୀ, ବରିଷ୍ଠ ଅଧ୍ୟାପକ, ସୋନପୁର ମହାବିଦ୍ୟାଳୟ, ବ୍ୟଙ୍ଗକବି ଶ୍ୟାମା ଓଁ ପ୍ରସାଦ ମିଶ୍ର ଓ ଡକ୍ଟର ଦେବାଶିଷ ପାଣ୍ଡିଆ, ଅଧ୍ୟକ୍ଷ, ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ, ଉଲୁଣ୍ଡା ଯୋଗ ଦେଇ ତାଙ୍କର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଗହଣରେ ଏକ ସୁନ୍ଦର କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଡକ୍ଟର ପୁରୁଷୋତ୍ତମ ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ସଂଭାଷଣ ପ୍ରଦାନ କରିଥିଲେ । ଇଂରାଜୀ ବିଭାଗର ପ୍ରାଧ୍ୟାପକ ସୌମିତ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ପୁରଷ୍କାର ପ୍ରଦାନ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ସତ୍ୟନାରାୟଣ ମହାକୁଡ, କାଶିନାଥ ମିଶ୍ର, ଗୋବିନ୍ଦ ପ୍ରଧାନ, ଗଦାଧର ପ୍ରଧାନ, ବିଭୀଷଣ ପ୍ରଧାନ, ନୀଳାମ୍ବର ଝାଂକର ଆଦି କର୍ମଚାରୀ ବୃନ୍ଦ ଉତ୍ସବରେ ସକ୍ରୀୟ ସହଯୋଗ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ସୁଶ୍ରୀ ରୁବି ବେହେରା ଓ ସୁଶ୍ରୀ ଯସ୍ମୀନ୍ ରାଣୀ ବେଦବାକ୍ ସଂଯୋଜନା କରିଥିଲେ । ଶେଷରେ ଯୁକ୍ତଦୁଇ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଏକ ଭାବ ବିହ୍ବଳ ପରିବେଶରେ ମହାବିଦ୍ୟାଳୟରୁ ବିଦାୟ ନେଇଥିଲେ ।

Leave A Reply

Your email address will not be published.