
ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଜିଲ୍ଲା ବସଷ୍ଟାଣ୍ଡଠାରେ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଯାଉଥିବା ଶିଶୁ ତୀରନ୍ଦାଜିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆନ୍ଧ୍ର ପ୍ରଦେଶ ବିଜୟବେଡାଠାରେ ଜାନୁୟାରୀ ୧୪ ଓ ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ତୀରନ୍ଦାଜ ଚମ୍ପିୟାନ ସିଟ୍ରେ ଭାଗ ନେବାକୁ ବୌଦ୍ଧର ଶିଶୁ ତୀରନ୍ଦାଜି ସାଈଲକ୍ଷ୍ମୀ ନାୟକଙ୍କୁ ଜିଲ୍ଲା ଆଚରି ସଂଘର କର୍ମଚାରୀମାନେ ସମର୍ଦ୍ଧନା ପ୍ରଦାନ କରିଥିଲେ । ତା’ସହିତ ଜାତୀୟ ପ୍ରତିଯୋଗିତାରେ ତାଙ୍କର ସଫଳ କାମନା କରିଥିଲେ ।