oom

ଗଙ୍ଗାପୁର ହାଇସ୍କୁଲରେ ବଡ଼ ଦାସୁଡୁ ଆର. ସତ୍ୟମ ରେଡ୍ଡୀଙ୍କୁ ସମ୍ବର୍ଦ୍ଧନା

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଗଙ୍ଗାପୁର ହାଇସ୍କୁଲ ତରଫରୁ ସ୍କୁଲ ପରିସରରେ ଆନୁଷ୍ଠାନିକ ଭାବେ ବଡ଼ ଦାସୁଡୁ ଆର. ସତ୍ୟମ ରେଡ୍ଡୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଧାନଶିକ୍ଷକ ପରମାନନ୍ଦ ଦଳେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ଦାସୁଡୁଙ୍କ କାର୍ଯ୍ୟକଳା ଓ କୃତିତ୍ୱ ଉପରେ ଆଲୋକପାତ କରି ତାଙ୍କ ଭୂୟସୀ ପ୍ରଶଂସା କରାଯାଇଛି । ଶିକ୍ଷକ ଭକ୍ତ ଚରଣ ବେହେରା, ତ୍ରିନାଥ ସାହୁ, ମନୋଜ ପଟ୍ଟନାୟକ, ନିଗମାନନ୍ଦ ଦେ, ପ୍ରଦୀପ ଶବର ଏମ୍.ଇ.ସ୍କୁଲ ଶିକ୍ଷକ ରମେଶ ପ୍ରଧାନ, ଶ୍ରୀମତୀ ରୀତା ବେହେରା, ପ୍ରୀତିମଞ୍ଜରୀ ଭୂୟାଁ ପ୍ରମୁଖ ଯୋଗଦେଇ ତାଙ୍କ କୃତିତ୍ୱ ପ୍ରତିପାଦନ କରିଥିଲେ ।

ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକର ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ, ଗଙ୍ଗାପୁର ହାଇସ୍କୁଲର ଛାତ୍ରଛାତ୍ରୀ, ସ୍କୁଲ କର୍ମଚାରୀ ପ୍ରମୁଖ ଯୋଗଦେଇ ଶ୍ରୀମାନ ଦାସୁଡୁଙ୍କ ଦୀର୍ଘ ନିରାମୟ କାମନା କରିଥିଲେ । ସୂଚନାଯୋଗ୍ୟ ଯେ, ଛତ୍ରପୁର ବ୍ଲକ କାଳିଆବାଲି ସ୍ଥିତ ଘଡଘଡ଼ା ପଲ୍ଲୀର ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟ କଳା କେନ୍ଦ୍ର (ଭାଗବତ ଗାଦି)ର ସଭାପତି ତଥା ଜୟଦେବ ପୁରସ୍କାରପ୍ରାପ୍ତ ବଡ଼ ଦାସୁଡୁ ଆର. ସତ୍ୟମ ରେଡ୍ଡୀ ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଏକ ଭବ୍ୟ ସମାବେଶରେ ଜାତୀୟ କଳାରତ୍ନ ସମ୍ମାନରେ ସମ୍ମାନିତ ହୋଇଥିଲେ । ଏ ନେଇ ବଡ଼ ଦାସୁଡୁ ଆର. ସତ୍ୟମ ରେଡ୍ଡୀଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏପରିକି ବଡ଼ ଦାସୁଡୁ ସତ୍ୟମଙ୍କୁ ବହୁ ସଂଗଠନ ପକ୍ଷରୁ ମଧ୍ୟ ସ୍ୱାଗତର ସହ ସମ୍ବର୍ଦ୍ଧନା ଦିଆଯାଉଛି ।

jittmm
Leave A Reply

Your email address will not be published.