om academy

ଅବହେଳିତଙ୍କ ତ୍ରାଣକର୍ତ୍ତା ‘ପ୍ରେମ’ର ସଭାପତି ଡ. ଥୁଣ୍ଡିଲଙ୍କ ଜନ୍ମଦିନରେ ବିପୁଳ ସମ୍ବର୍ଦ୍ଧନା

jsm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ୱନାମଧନ୍ୟ ସମାଜସେବୀ ତଥା “ପ୍ରେମ’ ଅନୁଷ୍ଠାନର ସଭାପତି ଡ. ଜାକୋବ ଥୁଣ୍ଡିଲଙ୍କ ଜନ୍ମଦିନ ଅବସରରେ ଭାରତର ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପ୍ରେମର ମୁଖ୍ୟ କାର୍ଯ୍ୟାଳୟ ମାଣ୍ଡିଆପଲ୍ଲୀ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଡ. ଥୁଣ୍ଡିଲ କହିଥିଲେ ଯେ ସେ ୧୯୮୦ ମସିହାରୁ ନିଜର ସମସ୍ତ ପାରିବାରିକ ବନ୍ଧନକୁ ତୁଟାଇ ସମାଜର ଦଳିତ, ନିଷ୍ପେସିତ ଓ ଅବହେଳିତ ଜନସାଧାରଣଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ନିଯୁକ୍ତି ଦିଗରେ କାର୍ଯ୍ୟ କରି ଆସୁଛନ୍ତି । ସେଥିପାଇଁ ସେ ଦୀର୍ଘ ୪୨ ବର୍ଷ ଧରି ଲଗାତାର ଉଦ୍ୟମ ଜାରି ରଖିବା ସହ ସମ୍ପ୍ର୍ରତି ପ୍ରେମର ସହଯୋଗରେ ଭାରତ ତଥା ଭାରତ ବାହାରେ ପ୍ରାୟ ୪୦ ହଜାର ଛାତ୍ରଛାତ୍ରୀ ନିଯୁକ୍ତି ପାଇପାରିଛନ୍ତି । ସେ କହିଲେ, ଶିକ୍ଷା ବ୍ୟବସ୍ଥା ଦ୍ୱାରା ଜାତି, ଧର୍ମ, ବିଦ୍ୱେଷ ଲୋପ ପାଇବ । ସମାଜର ଉଚ୍ଚ ବର୍ଗର ଲୋକଙ୍କ ପାଇଁ ସମସ୍ୟା ନଥିବା ବେଳେ ସମୟର ପରିବର୍ତ୍ତନ ଯୋଗୁଁ ଆଜି ତଳ ଶ୍ରେଣୀର ଲୋକ ମଧ୍ୟ ସମସ୍ତ ସୁବିଧା ସୁଯୋଗ ପାଉଛନ୍ତି । ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ପ୍ରତିଷ୍ଠାତା ସଭାପତି ବିଜୟ କୁମାର ରଥ ଯୋଗଦେଇ ପ୍ରେମ ଅନୁଷ୍ଠାନର ଦୀର୍ଘଦିନର ଉଦ୍ୟମ ସମ୍ପ୍ରତି ଫଳବତୀ ହୋଇପାରିଛି ବୋଲି କହିଥିଲେ । ଏହି ଅବସରରେ ଦୃଷ୍ଟିହୀନମାନଙ୍କ ବିକାଶ ପାଇଁ ନିଜର ସର୍ବସ୍ୱ ସମ୍ପତ୍ତି ଦାନ କରିଥିବା ଇଲେକ୍ଟ୍ରାମାଟିଲଦା ଜିଗଲର ମେଡାଲଙ୍କ ସ୍ମୃତିରେ ଡ. ଥୁଣ୍ଡିଲଙ୍କୁ ମେଡାଲ, ଉପଢେ଼øକନ ପ୍ରଦାନ ସହ ଶ୍ରୀ ରଥ ସମ୍ମାନିତ କରିଥିଲେ । ଏହି ଅବସରରେ ମୋହନା ସ୍ଥିତ ବାପୁଜୀ ଗ୍ରାମ୍ୟ କଲ୍ୟାଣ ଯୋଜନାର ସମ୍ପାଦକ ସରଳ ସୁକାନ୍ତ ପାଣିଙ୍କ ଦ୍ୱାରା ପ୍ରସ୍ତୁତ ୨୦୨୧ କ୍ୟାଲେଣ୍ଡରକୁ ଡ. ଥୁଣ୍ଡିଲ ଉନ୍ମୋଚନ କରିବା ସହ ଦୃଷ୍ଟିହୀନ ପ୍ରତିଷ୍ଠାନର ପ୍ରତିଷ୍ଠାତା ସଭାପତି ବିଜୟ କୁମାର ରଥଙ୍କୁ ପ୍ରେମ ତରଫରୁ ମାନପତ୍ର ଓ ଉପଢେ଼øକନ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରେମର ସମ୍ପାଦକ ·କୋ ପୁରୁବା ନାନି, ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ, ସାମ୍ବାଦିକ ଜୟକୃଷ୍ଣ ହୋତା, ସୁଧୀର ଦିଗାଲ, ଶ୍ରୀନିବାସ ରାଓ, ସାହିତ୍ୟିକ କପିଳ ଚନ୍ଦ୍ର ମହାନ୍ତି, ନବୀନ ମିଶ୍ର, ରତନ ମିଶ୍ର, ପବିତ୍ର ଚୌଧୁରୀଙ୍କ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରେମର ସହଯୋଗୀ ଓ ଶୁଭେଚ୍ଛୁମାନେ ଯୋଗଦେଇ ଡ. ଥୁଣ୍ଡିଲଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିବା ସହ ଅଭିନନ୍ଦନ ଜଣାଇଥିଲେ ।

Leave A Reply

Your email address will not be published.