ଏସିଆନ ଟ୍ରାକ୍‌ ସାଇକେଲିଂ ଚମ୍ପିଅନ୍‌ସିିପ୍‌ରେ ବ୍ରୋଞ୍ଜପଦକ ବିଜୟୀ ସ୍ୱସ୍ତି ସିଂ ଏବଂ ଦିନେଶ କୁମାରଙ୍କୁ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା

  • ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏସିଆନ ଟ୍ରାକ୍‌ ସାଇକେଲିଂ ଚମ୍ପିଅନ୍‌ସିିପ୍‌- ୨୦୨୨ରେ ବ୍ରୋଞ୍ଜପଦକ ହାସଲ କରିଥିବା ଓଡିଶାର ସ୍ୱସ୍ତି ସିଂ ଏବଂ ଦିନେଶ କୁମାରଙ୍କୁ ଗତକାଲି ଇଲେଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିି, କ୍ରୀଡା ଓ ଯୁବସେବା, ଗୃହ(ରାଷ୍ଟ୍ର) ମନ୍ତ୍ରୀ ତୁଷାରକାନ୍ତି ବେହେରା ସମ୍ବର୍ଦ୍ଧିତ କରିଛନ୍ତି । ଗତକାଲି ପୂର୍ବାହ୍ନରେ କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ମନ୍ତ୍ରୀ ଶ୍ରୀ ବେହେରା ରାଜ୍ୟର ଏହି ଉଦୀୟମାନ ଖେଳାଳି ଦ୍ୱୟଙ୍କୁ ଦୁଇଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ସହ ଫଳକ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆଗାମୀ ଦିନରେ ସେମାନେ ଅଧିକ ଭଲ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ । ସେମାନଙ୍କ ଏହି ସଫଳତା ରାଜ୍ୟ ପାଇଁ ଗୌରବ ଆଣିବା ସହ ଆଗାମୀ ପିଢିଙ୍କୁ କ୍ରୀଡା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ଅନୁପ୍ରାଣିତ କରିବ । ଏହି ଅବସରରେ ବିଗତ କିଛିବର୍ଷର ନିରନ୍ତର ସାହାଯ୍ୟ ଓ ସହଯୋଗ ପାଇଁ ସମ୍ବଦ୍ଧିତ ହୋଇଥିବା ଉଭୟ କ୍ରୀଡାବିତ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ରାଜ୍ୟ ସରକାରଙ୍କ ଏହି ପ୍ରୋତ୍ସାହନ ଆମକୁ ଆଗାମୀ ଦିନରେ ଅଧିକ ପରିଶ୍ରମ କରି ଅଧିକ ଉତ୍କର୍ଷ ପ୍ରତିପାଦନ ପାଇଁ ଉତ୍ସାହିତ କରିବ ବୋଲି ଖେଳାଳିମାନେ ମତବ୍ୟକ୍ତ କରିିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଦିନେଶ କୁମାର ୨୦୨୨ରେ ବର୍ମିଂହାମ୍‌ ରାଜ୍ୟ ଗୋଷ୍ଠୀ କ୍ରୀଡା ଲାଗି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଏହି ସମ୍ବର୍ଦ୍ଧନା ଉତ୍ସବରେ ଓଡିଶାର ପ୍ରଥମ ମହିଳା ସାଇକେଲ ଚିଳିକା ତଥା ଅର୍ଜୁନ ପୁରସ୍କାର ବିଜୟିନୀ ମିନତୀ ମହାପାତ୍ର, ବିଭାଗୀୟ ଯୁଗ୍ମ ଶାସନ ସଚିବ କୈଳାସ ଚନ୍ଦ୍ର ଦାସ, ରଞ୍ଜିତ ପରିଡା, ଓଏସ୍‌ଡି ସିର୍ଦ୍ଧାର୍ଥ ଶଙ୍କର ସାହୁଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.