oom

ଭାରତୀୟ ସେନାର ଅବସରପ୍ରାପ୍ତ ସୈନିକଙ୍କୁ ୧୯୯୨ ମସିହା ମ୍ୟାଟ୍ରିକ ବ୍ୟାଚ୍‌ ତରଫରୁ ସମ୍ବର୍ଦ୍ଧନା

jsmm

ବଲାଙ୍ଗିର, (କେିପଏନ୍‌ଏସ୍‌) : ଭାରତୀୟ ସେନା (ସିଗିନାଲ୍‌ ରେଜିମେଣ୍ଟ)ର ସୈନିକ ଭୈରବ ପ୍ରସାଦ ମିଶ୍ର ଦୀର୍ଘ ୨୪ ବର୍ଷ କାଳ ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରେ ଦେଶ ମାତୃତାର ସେବାକରି ନିଜସ୍ୱ ମାଟିକୁ ଫେରିଛନ୍ତି । ଖବର ପାଇବା ପରେ ୧୯୯୨ ମସିହା ମ୍ୟାଟ୍ରିକ ବ୍ୟାଚ୍‌ ପୂର୍ବତନ ଛାତ୍ର ଏକତ୍ରୀତ ହୋଇ ତାଙ୍କୁ ବଲାଙ୍ଗିର ରେଲୱେ ଷ୍ଟେସନରୁ ପାଛୋଟି ଆଣିଥିଲେ । ସ୍ଥାନୀୟ ଇଲେକ୍ଟ୍ରି ଅଫିସର ସମ୍ମିଳନୀ କକ୍ଷରେ ପୂର୍ବତନ ଛାତ୍ରଙ୍କ ଅନୁରୋଧ କ୍ରମେ ଜିଲ୍ଲା ପୂର୍ବତନ ସୈନିକ ସଂଘର ସମ୍ପାଦକ ପ୍ରତାପ ଚନ୍ଦ୍ର ରଥ ଏବଂ ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେସନର ସଭାପତି ସୋମନାଥ ମିଶ୍ର ସେବାନିବୃତ ଭୈରବ ପ୍ରସାଦ ମିଶ୍ରଙ୍କୁ ପୁଷ୍ପମାଲ୍ୟ ତଥା ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ପୂର୍ବତନ ସୈନିକ ସଂଘର ସମ୍ପାଦକ ଶ୍ରୀ ରଥ ସମସ୍ତ ପୂର୍ବତନ ଛାତ୍ରଙ୍କୁ ତାଙ୍କ ମହତ କାର୍ଯ୍ୟ ପାଇଁ ଭୂୟସୀ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ସୈନିକ ମାନଙ୍କୁ ଦେଶବାସୀଙ୍କ ତଥା ବଲାଙ୍ଗିର ଜିଲ୍ଲା ସମସ୍ତ ଜନସାଧାରଣଙ୍କ ସଦା ସର୍ବଦା ସମ୍ମାନ ରହିଥିବା ସର୍ମ୍ପକରେ ଆଲୋକପାତ କରିଥିଲେ । ବିଙ୍ଗ ହ୍ୟୁମାନ ଅନୁଷ୍ଠାନର ସଭାପତି ଶ୍ରୀ ମିଶ୍ର ସୈନିକମାନଙ୍କୁ ତାଙ୍କ ନିଷ୍ଠା ପାଇଁ ସଦା ସର୍ବଦା ସମ୍ମାନର ପାତ୍ର ବୋଲି ମତ ପ୍ରକାଶ କରିଥଲେ ପୂର୍ବ ସୈନିକ ଶ୍ରୀ ମିଶ୍ର ସେନା ବାହିନୀରେ ଦୀର୍ଘ ୨୪ ବର୍ଷର ଅଭିଜ୍ଞତା ବିଷୟରେ ବକ୍ତବ୍ୟ ରଖିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ପୂର୍ବତନ ଛାତ୍ର ଲୋଟସ ଷଡଙ୍ଗୀ, ପ୍ରତ୍ୟୁସ ଖୁଆସ, ପବିତ୍ର ଖୁଟିଂଆ, ପିଣ୍ଟୁ ପଟ୍ଟାନାୟକ, ସୋଭାଗ୍ୟ ଶଙ୍କର ମିଶ୍ର, ଦେବେନ୍‌ ପାତ୍ର, ରଞ୍ଜିତ ବେହେରା, ହିମାଂଶୁ ନାୟକ, ଟିଙ୍କୁ ପଣ୍ଡା, ମଧୁ ବନ୍‌ଛୋର, ଜୟ ପ୍ରକାଶ ରଥ, ସୌରୁପ ରଥ, ପାର୍ଥ ପ୍ରତିମ ମିଶ୍ର, ପ୍ରୋମଦ ସେଠ୍‌, ଶୈଲିନ ବାବୁ, ସତ୍ୟ ପତି ପ୍ରମୁଖ ଯୋଗ ଦେଇଥିଲେ । ସମ୍ବର୍ଦ୍ଧନା ସଭାକୁ ପୂର୍ବତନ ଛାତ୍ର ଅନିଲ ପଣ୍ଡା ପରିଚାଲନା କରିଥିବା ବେଳେ ପୂର୍ବତନ ଛାତ୍ର ଲୋଟସ ଷଡଙ୍ଗୀ ଧନ୍ୟବାଦ ଜ୍ଞାପନ କରିଥଲେ ।

jittmm
Leave A Reply

Your email address will not be published.