oom

ସାମ୍ବାଦିକଙ୍କୁ ଧମକ ଅଭିଯୋଗ, ବଲାଙ୍ଗିର ସାମ୍ବାଦିକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା : ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାର ଦ୍ୱାରସ୍ଥ ହେଲେ ସାମ୍ବାଦିକ ବୃନ୍ଦ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଧମକ୍‌ ଘଟଣାରେ ବଲାଙ୍ଗିର ସାମ୍ବାଦିକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘବଦ୍ଧ ହୋଇ ସାମ୍ବାଦିକ ବୃନ୍ଦ ଟାଉନ୍‌ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ, ଗତକାଲି ପୂର୍ବାହ୍ନରେ ଅର୍ଗସ ପ୍ରତିନିଧି ତରୁଣ କୁମାର ସାହୁଙ୍କୁ ଖମାରମୁଣ୍ଡା କାଠ ମିଲ୍‌ ଉପରେ ବନ ବିଭାଗର ଚଢ଼ାଉ ସଂପର୍କୀତ ନ୍ୟୁଜ ପରିବେଷଣକୁ ନେଇ ସୁନୀଲ ମିଶ୍ର ନାମକ ଜଣେ ବ୍ୟକ୍ତି ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ତରୁଣଙ୍କୁ ଦୀର୍ଘ ୧୨ ମିନିଟ୍‌ ଧରି ଧମକ ଚମକ ଦେଇଥିଲେ (ଯାହାର କଲ୍‌ ରେକର୍ଡ ପୀଡ଼ିତଙ୍କ ପାଖରେ ରହିଛି), ଏ ସଂପର୍କରେ ତରୁଣ ବଲାଙ୍ଗିର ସାମ୍ବାଦିକ ସଂଘକୁ ଜଣାଇବା ପରେ ଆଜି ପୂର୍ବାହ୍ନରେ ସାମ୍ବାଦିକ ଭବନରେ ଏକ ବୈଠକ ଆହ୍ୱାନ କରାଯାଇଥିଲା । ଜିଲ୍ଲା ସାମ୍ବାଦିକ ସଂଘର ଉପସଭାପତି ଆନଂଦ ଚଂଦ୍ର ସାହୁଙ୍କୁ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ସଂପାଦକ ବଳରାମ ମିଶ୍ର ସଭା ପରିଚାଳନା କରିଥିଲେ । ସାଂଗଠାନିକ ସଂପାଦକ ଶରତ କୁମାର ମିଶ୍ର ଓ ବରିଷ୍ଠ ସାମ୍ବାଦିକ ନବୀନ ପଶାୟତ ମଧ୍ୟ ମଂଚାସୀନ ରହିଥିଲେ । ପ୍ରଥମେ ପୀଡ଼ିତ କାର୍ଯ୍ୟରତ ସାମ୍ବାଦିକ ତରୁଣ ନିଜ ଅଭିଯୋଗ ସଂପର୍କରେ କହିବା ପରେ ଅନ୍ୟ ସାଥୀ ସାମ୍ବାଦିକମାନେ ପଦକ୍ଷେପ ସଂପର୍କରେ ମତ ରଖିଥିଲେ । ତେବେ ସର୍ବସମ୍ମତି କ୍ରମେ ସାମ୍ବାଦିକ ଭବନରୁ ସଂଘବଦ୍ଧ ହୋଇ ସାମ୍ବାଦିକମାନେ ସ୍ଥାନୀୟ ଟାଉନ ଥାନାକୁ ପହଂଚିଥିଲେ । ଅର୍ଗସ ପ୍ରତିନିଧି ତରୁଣ କୁମାର ସାହୁ ଏବଂ ତାଙ୍କ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ସୁଜିତ ସେଠ୍‌ ଅଭିଯୁକ୍ତ ସୁନୀଲ ମିଶ୍ରଙ୍କ ନାମରେ ଏଫଆଇଆର୍‌ ଦେଇଥିବା ବେଳେ ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାମ୍ବାଦିକ ବୃନ୍ଦ ଏଡ଼ିପିଓ ତୋଫାନ୍‌ ବାଗ ଏବଂ ଆଇଆଇସି କେ.ପ୍ରିୟଙ୍କା ରାଉତରାୟଙ୍କ ସହ ଆଲୋଚନା କରିଥିଲେ । ସାମ୍ବାଦିକ ଗୋପାଳ ପ୍ରଧାନ, ଘଟେଶ୍ୱର ମିଶ୍ର, ଶିଶିର ଶତପଥୀ, ଜ୍ୟୋତ୍ସ୍ନା ଦାଶ, ବିରେନ୍ଦ୍ର ଝାଙ୍କର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଦୀପକ ପୁରୋହିତ, ବିଜୟ ପ୍ରଧାନ, ଗୁପ୍ତେଶ୍ୱର ପୃଷ୍ଟି, ପାର୍ଥବନ୍ଧୁ ମହାପାତ୍ର, ଶେଖ୍‌ ୱାହିଦ୍‌(ମଂଟୁ), ସୁନୀଲ ମହାନ୍ତି, ନିରୋଜ ମିଶ୍ର, ମହେନ୍ଦ୍ର ପ୍ରଧାନ, ସୁବ୍ରତ ନାୟକଙ୍କ ସମେତ ଆହୁରି ଅନେକ ସାମ୍ବାଦିକ ଟାଉନ୍‌ ଥାନାରେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.