ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଗତକାଲି ଗୁରୁବାର ଅପରାହ୍ନରେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ ସୁରକ୍ଷା କର୍ମୀଙ୍କ ଦ୍ୱାରା ସ୍ଥାନୀୟ ଦୁଇ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିବା ଘଟଣା ଲୋକଲୋଚନକୁ ଆସିଛି । ସୂଚନା ଅନୁସାରେ ସାମ୍ବାଦିକ ବିକାଶ କୁମାର ସାହୁ (ସମ୍ବାଦ) ଓ ଜ୍ୟୋତିରଞ୍ଜନ ସାହୁ (ଧରିତ୍ରୀ) ଚିକିତ୍ସାଳୟ ୱାର୍ଡ ଭିତରକୁ ଖବର ସଂଗ୍ରହ କରିବାକୁ ଯାଉଥିବା ସମୟରେ ସୁରକ୍ଷା କର୍ମୀ ବାରଣ କରିଥିଲେ । ଏହାକୁ ନେଇ କଥା କଟାକଟି ଆରମ୍ଭ ହୋଇ ହାତାପାଇ ପର୍ଯ୍ୟନ୍ତ ଯିବା ପରେ ଏକ ଅପ୍ରୀତିକର ପରିସ୍ଥିତି ଚିକିତ୍ସାଳୟ ମଧ୍ୟରେ ସୃଷ୍ଟି ହୋଇଥିଲା । ଏ ବାବଦରେ ଅନୁଗୋଳ ଥାନାରେ ଏକ ମାମଲା ମଧ୍ୟ ଦର୍ଜ ହୋଇଥିବା ଜଣାପଡ଼ିଛି । ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ଜଣେଇଛନ୍ତି ଯେ, ଘଟଣାର ସତ୍ୟାସତ୍ୟ ଉପରେ ପୋଲିସ ବର୍ତ୍ତମାନ ତଦନ୍ତ କରୁଛି ।
Next Post