ଜିଲ୍ଲା ସାମ୍ବାଦିକ ସଂଘର ପ୍ରତିଷ୍ଠା ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସାମ୍ବାଦିକ ସଂଘର ୬୨ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ଆନୁଷ୍ଠାନିକ ଭାବେ ସଂଘୀୟ ପତାକା ଉତ୍ତୋଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ସଂଘର ବରିଷ୍ଠ ସଦସ୍ୟ ଗୋପବନ୍ଧୁ ଶତପଥୀଙ୍କ ଦ୍ୱାରା ସଂଘ ପତାକା ଉତ୍ତୋଳନ ହେବା ପରେ ସଂଘୀୟ ଏକତା ବଜାୟୀ ରଖିବାକୁ ଉପସ୍ଥିତ ସମସ୍ତ ସଦସ୍ୟ ସଂକଳ୍ପ ନେଇଥିଲେ । ସଂଘର ସଭାପତି ଶିବ ପ୍ରସାଦ ପରିଡ଼ା, ଉପସଭାପତି ବଳରାମ ମିଶ୍ର, ସାଧାରଣ ସମ୍ପାଦକ ଶିଶିରକାନ୍ତ ଶତପଥୀ, କୋଷାଧ୍ୟକ୍ଷ ସୁନୀଲ ମହାନ୍ତି, ସମ୍ପାଦକ ରଞ୍ଜିତ ବେହେରା, ସଙ୍ଗଠନ ସମ୍ପାଦକ ଶରତଚନ୍ଦ୍ର ମିଶ୍ର, ବରିଷ୍ଠ ସଦସ୍ୟ ନବୀନ ପଶାୟତ, ପୂର୍ବସଭାପତି ପ୍ରଶାନ୍ତ ମିଶ୍ର, ହରିନାରାୟଣ ପୂଝାରୀ, ଶରତ ମହାକୁର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିଶ୍ୱଜିତ ଦାଶ, ବିଭୁ କଲ୍ୟାଣ ଗଡ଼ତ୍ୟା, ସଚ୍ଚିତାନନ୍ଦ ବଗର୍ତ୍ତି , ବିରେନ୍ଦ୍ର ନାଗ, ଗୁପ୍ତେଶ୍ୱର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ, ଆସନ୍ତା ସେପ୍ଟେମ୍ବର ୩ରେ ୬୨ ତମ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ଜଳ ସମ୍ପଦ ଓ ବାଣିଜ୍ୟ ପରିହନ ବିଭାଗର ମନ୍ତ୍ରୀ ଟୁକୁନି ସାହୁ, ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳ ସଚିବ ଡ. ନୃପରାଜ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହ ବିଭିନ୍ନ ସ୍ମୃତି ସମ୍ମାନ ପାଇଁ ସୁବାଷଚନ୍ଦ୍ର ପଣ୍ଡା, ସୁରେଶ କୁମାର ଅଗ୍ରୱାଲ, ବଳରାମ ମିଶ୍ର, ପ୍ରଦୀପ୍ତ କୁମାର ମିଶ୍ର, ସୁଶାନ୍ତ କୁମାର ବାରିକ, ପୁଷ୍ପକେତୁ ବେହେରାଙ୍କୁ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ଥିବା ସଂଘର ସାଧାରଣ ସମ୍ପାଦକ ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.