jayashree

ମୋହନ ରାଓ ଭଗବତଙ୍କ ରାଉରକେଲା ଗସ୍ତ ନେଇ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ରାଉରକେଲା ବିଭାଗ ପକ୍ଷରୁ ସେକ୍ଟର-୩ ବିଏମ୍ଏସ୍ କାର୍ଯ୍ୟାଳୟରେ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାନ୍ତ ସମ୍ପର୍କ ପ୍ରମୁଖ ଡ. ସନାତନ ପ୍ରଧାନ ସୂଚନା ଦେଇ କହିଲେ, ଆସନ୍ତା ୨୦୨୫ରେ ସଂଘ ସ୍ଥାପନାର ୧୦୦ ବର୍ଷ ପୂରଣ ହେବ । ଏହି ଅବସରରେ ରାଉରକେଲା ବିଭାଗର ସମସ୍ତ ମଣ୍ଡଳ ଓ ବସ୍ତି ପର୍ଯ୍ୟନ୍ତ ସଂଘ କାର୍ଯ୍ୟକୁ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରହିଛି । ରାଉରକେଲା ବିଭାଗର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗଦର୍ଶନ ଦେବା ପାଇଁ ତିନ ଦିନିଆ ଗସ୍ତରେ ଆସୁଛନ୍ତି ସର ସଂଘ ଚାଳକ ଡ. ମୋହନ ରାଓ ଭାଗବତ । ଜାନୁଆରୀ ୧୪ ତାରିଖ ସନ୍ଧ୍ୟାରେ ରାଉରକେଲାରେ ପହଞ୍ଚିବେ ଡ. ମୋହନ ରାଓ ଭାଗବତ । ସେକ୍ଟର-୬ ସରସ୍ୱତୀ ଶିଶୁ ମନ୍ଦିରରେ କର୍ମକର୍ତ୍ତାଙ୍କ ସହ ବୈଠକ କାର୍ଯ୍ୟକ୍ରମରେ ଯୋଗଦେବେ । ସଂଘ କାର୍ଯ୍ୟକୁ ବ୍ୟାପକ କରିବା ସହ ସମାଜର ପରିବର୍ତ୍ତନ ପାଇଁ ୫ଟି ବିଷୟରେ ଆଲୋଚନା କରାଯିବ । ଯଥା, ସମରସତା, ପର୍ଯ୍ୟାବରଣ ସଂରକ୍ଷଣ, କୁଟୁମ୍ବ ପ୍ରବୋଧନ, ସମାଜରେ ସ୍ୱଦେଶୀ ଭାବନା, ଯୁବସମାଜକୁ ଆତ୍ମନିର୍ଭର କରିବା ଆଦି ବିସ୍ତୃତ ଆଲୋଚନା କରିବେ । ଏହି ଅବସରରେ ରାଉରକେଲା ବିଭାଗର ସମସ୍ତ ମଣ୍ଡଳ ଓ ବସ୍ତି ପର୍ଯ୍ୟନ୍ତ ସଂଘ କାର୍ଯ୍ୟକୁ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି । ରାଉରକେଲା ବିଭାଗରେ ମୋଟ ୧୩୦ ମଣ୍ଡଳ ଓ ୧୧୫ ବସ୍ତିର ଯୋଜନା କରାଯାଇଛି । ଏହା ସହ ବିଭାଗର ସମସ୍ତ ପ୍ରବାସୀ କାର୍ଯ୍ୟକର୍ତ୍ତା ଏହି ବୈଠକରେ କରାଯିବ । ଏହି ଅବସରରେ ଜଗଦୀଶ ଖାଡ଼େଙ୍ଗା, ପ୍ରାନ୍ତ ପ୍ରଚାରକ ବିଷ୍ଣୁ ପାତ୍ର, ସହପ୍ରାନ୍ତ ପ୍ରଚାରକ ଶଙ୍କର ପଣ୍ଡା ଓ ମହାନଗର ପ୍ରଚାର ପ୍ରମୁଖ ରାଜକୁମାର ନାଥ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.