ଜନ ଆନ୍ଦୋଳନମାନଙ୍କ ରାଷ୍ଟ୍ରୀୟ ସମନ୍ୱୟର ଓଡିଶା ଶାଖା ତରଫରୁ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନ ଆନ୍ଦୋଳନମାନଙ୍କ ରାଷ୍ଟ୍ରୀୟ ସମନ୍ୱୟର ଓଡିଶା ଶାଖା ତରଫରୁ ରାଷ୍ଟ୍ରୀୟ ଆବାହକ ଲିଙ୍ଗରାଜ ଆଜାଦ, ରାଜ୍ୟ ଆବାହକ ମଣ୍ଡଳୀର ସତ୍ୟ ବନଛୋର, ତ୍ରିଲୋଚନ ପୁଞ୍ଜି ଓ ବାଲକୃଷ୍ଣ ଷାଣ୍ଡ ସାମ୍ବାଦିକ ସମ୍ମିଳନୀରେ ଗଣତାନ୍ତ୍ରିକ ଓ ଅହିଂସା ଆନ୍ଦୋଳନ ଉପରେ ପୋଲିସ ଦମନକୁ ନିନ୍ଦା କରିବା ସହ ମିଥ୍ୟା ମାମଲାରେ ଗିରଫ କରାଯାଇଥିବା ସଇଁନ୍ତଲା ନିକଟସ୍ଥ ଡୁଙ୍ଗୁରିପାଲି ଓ ତେଣ୍ଡିପାଲି ଜମି ସୁରକ୍ଷା ନେତାମାନଙ୍କୁ ତୁରନ୍ତ ଖଲାସ କରିବାକୁ ଦାବୀ କରିଛନ୍ତି । ସଇଁତଲା ବ୍ଲକ ଅର୍ନ୍ତଗତ ଡୁଙ୍ଗୁରିପାଲି ଓ ତେଣ୍ଡିପାଲି ପଂଚାୟତ ଅଂଚଳବାସୀଙ୍କ ସହିତ ବିନା ଆଲୋଚନା କିମ୍ବା ମତାମତ ନ ନେଇ ତଥା ବାରଣ ସତ୍ୱେ ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ଡୁଙ୍ଗୁରିପାଲି ଓ ତେଣ୍ଡିପାଲି ମୌଜାସ୍ଥିତ ଆଦିବାସୀ ସମ୍ପ୍ରଦାୟର ଦେବାଦେବୀଙ୍କ ଯାତ୍ରାସ୍ଥଳୀ ତଥା ପୂଜାସ୍ଥଳୀମାନଙ୍କୁ ଇଡକୋ ମାଧ୍ୟମରେ ଆଦିତ୍ୟ ବିର୍ଲା ଗୃପ ଶିଳ୍ପ ସଂସ୍ଥାକୁ ସୋଲାର ପ୍ଲାଣ୍ଟ ନିର୍ମାଣ କରିବା ପାଇଁ ହସ୍ତାନ୍ତର କରି ଦିଆଯାଇଅଛି, ଯାହାର ପରିଣାମ ଆଦିବାସୀଙ୍କ ଦେବାଦେବୀଙ୍କ ଉପରେ ରହିଥିବା ଆସ୍ଥା ଓ ବିଶ୍ୱାସ ଉପରେ ଆବହାନ କାଳରୁ ଚାଲି ଆସିଥିବା ସଂସ୍କୃତି ଓ ପରମ୍ପରାକୁ କୁଠାରାଘାତ କରାଯାଇଛି ବୋଲି କହିଛନ୍ତି । ଦୀର୍ଘ ଦିନ ଧରି ଗୋଚର ତଥା ଗ୍ରାମ ସମାଜର ଜମି ଉପରେ ଗ୍ରାମସଭାର ସମ୍ମତି ବିନା ୨୦୦ ଏକର ଜମିରେ ଆଦିତ୍ୟ ବିର୍ଲାକୁ ସୋଲାର ପ୍ଲାଣ୍ଟ ପାଇଁ ଦିଆଯାଇଥିବା ଅନୁମତି ଆଦିବାସୀଙ୍କ ଅଧିକାର ଉପରେ ଆକ୍ରମଣ ଓ ଆଇନ ବିରୋଧି । ବାରମ୍ବାର ପୋଲିସ ଧମକ ଦେଇ ଜେଲରେ ରଖିଛି କମ୍ପାନୀ ବିରୋଧି ଲୋକଙ୍କୁ ବୋଲି କୁହାଯାିଛି । ଡିସେମ୍ବର ୨ ତାରିଖରେ ସରକାରଙ୍କ ଶିଳ୍ପନୀତି ବିରୋଧରେ ତଥା ପ୍ରାକୃତିିକ ସମ୍ପଦ ସୁରକ୍ଷା ପାଇଁ ଭୁବନେଶ୍ୱରରେ ହୋଇଥିବା ଗଣ ବିକ୍ଷୋଭରେ ଯୋଗଦେଇ ଆସିଲା ପରେ ସ୍ଥାନୀୟ ଆନ୍ଦୋଳନକୁ ଦମନ କରିବା ପାଇଁ ଆନ୍ଦୋଳନ ନେତା ଧନେଶ୍ୱର ମାଝି, ଖୁସିରାମ ଜାନିଙ୍କ ସମେତ ଜଣେ ମହିଳାଙ୍କ ସହିତ ୧୭ ଜଣଙ୍କୁ ମିଥ୍ୟା ଅଭିଯୋଗରେ ସଇଁନ୍ତଲା ପୋଲିସ ପକ୍ଷରୁ କେସ ନଂ ୩୬୮/୧୮.୧୨.୨୦୨୨ରିଖରେ ୧୪୭, ୧୪୮, ୩୯୫, ୩୦୭, ୩୯୪, ୫୦୬ ଆଇପିସି ଓ ୨୫ ଓ ୨୭ ଆର୍ମ ଆର୍ଟରେ ଜେଲରେ ରଖାଯାଇଅଛି ବୋଲି କୁହାଯାଇଛି । ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ଦୁଇ ବର୍ଷ ହେଲା ବନ୍ଦ କରି ଦିଆଯାଇଛି । ଏପରି ପ୍ରତିଶୋଧମୂଲକ କାର୍ଯ୍ୟାନୁଷ୍ଠାନ ନିନ୍ଦନୀୟ ତଥା ମାନବିକ ଅଧିକାର ଉପରେ ଆକ୍ରମଣ ବୋଲି କୁହାଯାଇଛି । ଆହୁରି ମଧ୍ୟ କୁହାଯାଇଛି ଯେ, ଆମେ ସୌରଶକ୍ତି ଉତ୍ପାଦନକୁ ବିରୋଧ କରୁନାହୁଁ ବରଂ ସ୍ୱାଗତ କରୁଅଛୁଁ । କିନ୍ତୁ ତାହା ବିକୈନ୍ଦ୍ରିକରଣ ବ୍ୟବସ୍ଥାରେ ଛୋଟ ଛୋଟ ପ୍ରକଳ୍ପ କରାଯାଉ । ସରକାର ଜମି ଜଙ୍ଗଲ ଧ୍ୱଂସ କରି ବଡ କର୍ପୋରେଟ ବା କମ୍ପାନୀ ହାତରେ ଶହ ଶହ ଏକର ଲୋକଙ୍କ ଅଧିକାରକୁ ଛଡାଇ ନେବା ଗ୍ରହଣୀୟ ନୁହେଁ । ଆମେ ଜିଲ୍ଲା ପ୍ରସାଶନକୁ ନିବେଦନ କରି ଏହି ଦମନ ବନ୍ଦ କରି ଜେଲରୁ ଗ୍ରାମବାସୀଙ୍କୁ ତୁରନ୍ତ ମୁକ୍ତ କରନ୍ତୁ ଓ ଛୋଟ ଛୋଟ ସୋଲାର ପ୍ରକଳ୍ପ କରି ବିକୈନ୍ଦ୍ରି ବ୍ୟବସ୍ଥାରେ ସୌରଶକ୍ତି ଉତ୍ପାଦନ କରିବାର ପ୍ରୟାସ କରନ୍ତୁ ବୋଲି କୁହାଯାଇଛି ।

Leave A Reply

Your email address will not be published.

error: Content is protected !!