jayashree

ଟିଟିଲାଗଡଠାରେ କଳିଙ୍ଗ ବଡି ବିଲ୍ଡିଂ ଆସୋସିଏସନ୍ ତରଫରୁ ସାମ୍ବାଦିକ ସମ୍ମିଳନୀ : ନଭେମ୍ବର ମାସରୁ ଆରମ୍ଭ ହେବ ପ୍ରତିଯୋଗିତା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମଣିଷର ସୌନ୍ଦର୍ଯ୍ୟ କହିଲେ ସୁନ୍ଦର ସ୍ୱାସ୍ଥ୍ୟକୁ ବୁଝାଇ ଥାଏ । ଆଜିକାଲି ଯୁବ ପିଢ଼ି ନିଜେ ସ୍ୱାସ୍ଥ୍ୟବାନ ହେବା ପାଇଁ ବିଭିନ୍ନ ପ୍ରକାର ଯୋଗ, ବ୍ୟାୟାମ ତଥା ଜିମ୍‌ମାନଙ୍କୁ ଯାଉଥିବା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ କଳିଙ୍ଗ ବଡି ବିଲଡିଂ ଆସୋସିଏସନ୍‌ ଓଡିଶାର ଯୁବକ ଯେଉଁମାନେ ପ୍ରତିଦିନ ପରିଶ୍ରମ କରି ନିଜର ସ୍ଵାସ୍ଥ୍ୟ ପାଇଁ ଯତ୍ନବାନ ରହୁଛନ୍ତି, ସେହି ସ୍ଵାସ୍ଥ୍ୟକୁ ପ୍ରଦର୍ଶନ କରିବା ପାଇଁ ବିଭିନ୍ନ ପ୍ଲାଟଫର୍ମ ଦରକାର ହୁଏ ଯାହାକି ଏହି ଅନୁଷ୍ଠାନ ଏହି ସୁଯୋଗ ଖେଳାଳିମାନଙ୍କୁ ନିଜ ଜିଲ୍ଲାରେ ଯୋଗାଇ ଦେବାକୁ ପ୍ରତିବଦ୍ଧ । ପ୍ରଥମେ ଜିଲ୍ଲାସ୍ତରୀୟ, ତାପରେ ରାଜ୍ୟସ୍ତରୀୟ, ତାପରେ ଜାତୀୟ ସ୍ତରରେ ଖେଳିବାକୁ ସୁଯୋଗ ପାଇପାରିବେ ଖେଳାଳି ।

ଏବେ ସାରା ରାଜ୍ୟରେ ୨୧ଟି ଜିଲ୍ଲାରେ ଏହି ଏସୋସିଏସନ୍‌ର ସକ୍ରିୟ ସଦସ୍ୟ ଅଛନ୍ତି । ଆଗାମୀ ନଭେମ୍ବର ମାସରୁ ଫେବୃୟାରୀ ମାସ ଭିତରେ ପ୍ରତିଯୋଗିତା ଆୟୋଜନ କରିବାକୁ ସ୍ଥରିକୃତ କରାଯାଇଥିବା ସୂଚନା ଦେଇଛନ୍ତି କେବିବିଏର ରାଜ୍ୟ ସାଧାରଣ ସମ୍ପାଦକ ସନ୍ତୋଷ ମହାନ୍ତି । ରବିବାର ଦିନ ସ୍ଥାନୀୟ ଜଲାରାମ ଲଜ ସମ୍ମିଳନୀ କକ୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜିଲ୍ଲା ସଭାପତି, ସମ୍ପାଦକ, ସଦସ୍ୟମାନେ ଆସି ଯୋଗଦେଇ ନିଜ ନିଜର ମତାମତ ଦେଇଥିଲେ । ଆଗାମୀ ଦିନରେ କିଭଳି, କେଉଁ କେଉଁ ସ୍ଥାନରେ, କେବେ କେବେ ପ୍ରତିଯୋଗିତା ହେବ ସେନେଇ ଏହି ସାଧାରଣ ପରିଷଦ ବୈଠକରେ ଆଲୋଚନା ହୋଇଥିଲା । ପ୍ରଥମେ ସମସ୍ତ ଜିଲ୍ଲାରେ ଥିବା ଜିଲ୍ଲା ପ୍ରତିନିଧି ନିଜ ନିଜ ଜିଲ୍ଲାରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯିବା ପାଇଁ ସ୍ଥରିକୃତ କରାଯାଇଛି । ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ସନ୍ତୋଷ ମହାନ୍ତି, ଉପସଭାପତି ଏମକେ ସ୍ୱାଇଁ, କୋଷାଧ୍ୟକ୍ଷ ନୀଳକଣ୍ଠ ବାରିକ, ସହ ସଂପାଦକ ନିଶାନ୍ତ ବହିଦାର, ସମ୍ବଲପୁର ଜିଲ୍ଲା ସମ୍ପାଦକ ଅମିତାଭ ପରିଡ଼ା, ଖୋର୍ଦ୍ଧା ଜିଲ୍ଲାର ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ସାମନ୍ତରାୟ, ମୟୁରଭଂଜ ଜିଲ୍ଲାର ଜିଲ୍ଲା ସଂପାଦକ ସରୋଜ ଦାସ, ଅନୁଗୁଳ ଜିଲ୍ଲା ସମ୍ପାଦକ ବିଦୁର ମହାପାତ୍ର, ବାଲେଶ୍ଵର ଜିଲ୍ଲା ସମ୍ପାଦକ ଦେବାଶିଷ ପାତ୍ର, ବୌଦ୍ଧ ଓ ଫୁଲବାଣୀ ଜିଲ୍ଲା ସମ୍ପାଦକ ରାଜିବ ମହାନ୍ତି, ରାୟଗଡା ଜିଲ୍ଲା ସମ୍ପାଦକ ଦିପୁ ମାଝି, ବଲାଙ୍ଗିର ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ଦାସ, ପୁରୀ ଜିଲ୍ଲା ସମ୍ପାଦକ ପ୍ରମୋଦ ମହାପାତ୍ର, ଗଞ୍ଜାମ ଜିଲ୍ଲାର ସମ୍ପାଦକ ବ୍ରଜବନ୍ଧୁ ସଉରା, କେବିବିଏର ଡିଜିଟାଲ କୋର୍ଡିନେଟର ଚନ୍ଦ୍ରାଂଶୁ ମିଶ୍ର, ଗଜପତି ଜିଲ୍ଲା ସମ୍ପାଦକ ସନ୍ତୋଷ ବକ୍ସି, କେବିକେ କର୍ଡିନେଟର ଫର୍ଚ୍ୟୁନ ନାୟକ ଏବଂ ଅନ୍ୟାନ୍ୟ ସଦସ୍ୟ ଯୋଗ ଦେଇଥିଲେ ।

Leave A Reply

Your email address will not be published.