ସାମ୍ବାଦିକ ବିଦ୍ୟାଧର ସାହୁଙ୍କ ପିତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଳ ଅଞ୍ଚଳର ଜଣାଶୁଣା ବ୍ୟକ୍ତି ତଥା ଉତ୍କଳ ଏକ୍ସପ୍ରେସ ୨୪ ୭ ନିଉଜ ଚେନାଲର ବରଗଡ଼ ଜିଲ୍ଲା ପ୍ରତିନିଧି ବିଦ୍ୟାଧର ସାହୁଙ୍କ ପିତା ଭଗବାନ ସାହୁଙ୍କଗତକାଲି ସନ୍ଧ୍ୟା ଚାରିଟା ସମୟରେ ପରଲୋକ ଘଟିଛି । ଭଗବାନ ସାହୁ ଦୀର୍ଘ ଏକ ମାସ ହେଲା ଅସୁସ୍ଥ ଥିଲେ । ଗତ ଚାରି ତାରିଖ ଦିନ ବହୁ ମାତ୍ରାରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପାଇକମାଳ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେ କିଛି ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପୁଣି ପାଇକମାଲ ସ୍ଥିତ ତାଙ୍କ ନିଜ ଘରକୁ ଅଣାଯାଇଥିଲା । ତେବେ ଗତକାଲି ସନ୍ଧ୍ୟା ପାଖାପାଖି ଚାରିଟା ସମୟରେ ୭୨ ବର୍ଷ ବୟସରେ ସେ ଇହ ଧାମ ତ୍ୟାଗ କରିଥିଲେ । ଡ଼ା. କୃପାସିନ୍ଧୁ ଭୋଇ କେନ୍ଦ୍ରମନ୍ତ୍ରୀ ଥିବା ସମୟରେ ତାଙ୍କ ଗାଡିଚାଳକ ଭାବେ ଶ୍ରୀ ସାହୁ ବହୁ ଦିନ କାର୍ଯ୍ୟ କରିଥିଲେ ଓ ଶ୍ରୀ ଭଗବାନ ସାହୁ ଡ଼ା. ଭୋଇଙ୍କ ଅତି ଘନିଷ୍ଠ ଲୋକ ଥିଲେ । ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ଲୋକ ପ୍ରିୟ ମଣିଷ ଭାବେ ପାଇକମାଳ ତଥା ଆଖପାଖ ଅଞ୍ଚଳର ଲୋକେ ତାଙ୍କୁ ଜାଣିଥିଲେ । ତାଙ୍କ ପଛରେ ସେ ତିନି ପୁଅ, ତିନି ବୋହୂ, ଝିଅ, ଜ୍‌ଜ୍ୱାଇଁ, ଚାରି ନାତି ଓ ତିନି ନାତୁଣୀଙ୍କୁ ଛାଡି ଯାଇଛନ୍ତି । ପାଇକମାଳ ସ୍ୱର୍ଗଦ୍ୱାର ଠାରେ ତାଙ୍କ ଶବ ସତ୍କାର କରାଯାଇଛି । ଭଗବାନ ସାହୁଙ୍କ ବଡ଼ ପୁଅ ବିଦ୍ୟାଧର ସାହୁ ମୁଖାଗ୍ନି ଦେଇଥିଲେ । ଶ୍ରୀ ସାହୁଙ୍କ ବିୟୋଗରେ ପଶ୍ଚିମ ଓଡିଶା ୱେବ୍ ମିଡ଼ିଆ ଆସୋସିଏସନ୍ ସମସ୍ତ ସଭ୍ୟସଭ୍ୟା ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବୋଦନା ଜଣାଇଛନ୍ତି । ତାଙ୍କ ମୃତ୍ୟୁ ଖବର ପ୍ରକାଶିତ ହେବାପରେ ପାଇକମାଳ ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.