ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମଧୁର ଜଳ ହ୍ରଦ “ତାମ୍ପରା” ଏବେ ସମସ୍ତଙ୍କର ଆକର୍ଷଣୀୟ ସୁନ୍ଦର ସବିଜିମାର ବାଲୁକା ହ୍ରଦ ଅଟେ । ଏହା ଭାରତର ପର୍ଯ୍ୟଟନ ସ୍ଥଳୀ ଭାବରେ ଏକ ସ୍ୱତନ୍ତ୍ର ମାନ୍ୟତା ପାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରୁ ମାତ୍ର ଦୁଇ କିମି ଦୂରରେ ଅବସ୍ଥିତ ସୁଶୋଭିତ ମଧୁର ଜଳ ହ୍ରଦ “ତାମ୍ପରା” ଠାରେ ଏକ ନିଆରା ବଣଭୋଜି ଆସର ବୁଧବାର ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି । ତାମ୍ପରାର ଶୋଭାବର୍ଦ୍ଧନ ଏବଂ ସଭିଙ୍କର ମିଳନ ଏକ ନିଆରା ଭେଟି ବେଶ୍ ହୃଦୟସ୍ପର୍ଶୀ ହୋଇପାରିଥିଲା । ଛତ୍ରପୁରର ଯୁବ ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ଦ୍ଵାରା ଆମନ୍ତ୍ରିତ ହୋଇ ସମସ୍ତ ସାମ୍ୱାଦିକଗଣଙ୍କ ଏକ ନିଆରା ପ୍ରେମର ଭେଟି ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ନିର୍ବାଚନମଣ୍ଡଳୀ କ୍ଷେତ୍ର ଅଧୀନସ୍ଥ ଜିଲ୍ଲା ସଦର ମହକୁମା ଛତ୍ରପୁର ସମେତ ଗଞ୍ଜାମ ବ୍ଲକ୍, ରମ୍ଭା ପୌରାଞ୍ଚଳରେ ନିୟୋଜିତ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସମାରୋହ ଆୟୋଜିତ ହୋଇଥିଲା । ପ୍ରତିଟି ସାମ୍ୱାଦିକଙ୍କ ସହ ଖୁସିଭରା ସ୍ନେହ, ପ୍ରେମ, ଶ୍ରଦ୍ଧା, ଭଲ ପାଇବା ଭଳି ଆଦାନ ପ୍ରଦାନ ହୋଇ ସମସ୍ତ ସାମ୍ବାଦିକଙ୍କୁ ଉପଢୌକନ ଦେଇ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ । ଏହି ନିଆରା ଭେଟି ନେଇ ସମସ୍ତ ସାମ୍ବାଦିକଙ୍କ ତରଫରୁ ବରିଷ୍ଠ ସାମ୍ୱାଦିକ ରବିନ୍ଦ୍ର କୁମାର ପଣ୍ଡା ବିଧାୟକଙ୍କୁ ସାଧୁବାଦ ଜଣାଇଥିଲେ । ସାମ୍ବାଦିକ ବିସ୍ମୟ ପ୍ରଧାନ, ଛତ୍ରପୁର ପ୍ରେସ୍ କ୍ଲବ୍ ତରଫରୁ ରବିନ୍ଦ୍ର ନାହକ, ସମ୍ପାଦକ ଅଜିତ୍ ସ୍ୱାଇଁ, ସାମ୍ୱାଦିକ ସନ୍ତୋଷ ମିଶ୍ର, ବରିଷ୍ଠ ସାମ୍ବାଦିକ କେ. ସତ୍ୟନାରାୟଣ ରେଡ୍ଡୀ, ରବିନ୍ଦ୍ର ନାଥ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ ।