ସାମ୍ବାଦିକ ଆଶୁତୋଷ ରଥ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୭୬ତମ ପୂଣ୍ୟତିଥି ଅବସରରେ ଭୂବନେଶ୍ୱରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ତେବେ ଏହି ଅବସରରେ ଓଡିଶାର ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା କରାଯାଇଥିବା ବେଳେ ବରଗଡ ଜିଲ୍ଲା ଆଶୁତୋଷ ରଥଙ୍କୁ ସମାଜ ସେବା ଏବଂ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନୁଷ୍ଠାନ ତରଫରୁ ଫଳକ ସହ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ଶ୍ରୀ ରଥ ବରଗଡ ମାଟିର ଗର୍ବ ଏବଂ ଗୌରବ । ସେ ସର୍ବଦା ଅନୁସନ୍ଧାନ ମୂଳକ ସମ୍ବାଦଦାତା ଭାବରେ ସମସ୍ତଙ୍କ ନିକଟରେ ପରିଚିତ । ଭୁବନେଶ୍ୱର କେଶରୀ ହୋଟେଲ ଠାରେ ବିଶିଷ୍ଟ ସମାଜବାଦୀ ସଙ୍ଗଠନ ସମରକ୍ରାନ୍ତି ସେନା ଏବଂ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ତରଫରୁ ଅନୁଷ୍ଠିତ ଆଲୋଚନା ଚକ୍ରରେ ସଂଘର ରାଜ୍ୟ ସଭାପତି ସୁଜ୍ଞାନ ଚୌଧୁରୀ ସଭାପତିତ୍ୱରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟ ଅତିଥି, ସେବା ନିବୃତ୍ତ ବିଶିଷ୍ଟ ସେନା ଅଧିକାରୀ ଲେଫ୍ଟେନାଣ୍ଟ ଜେନେରାଲ ନାରାୟଣ ମହାନ୍ତି ସମ୍ମାନିତ ଅତିଥି ଏବଂ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନେତାଜୀ ସୁବାଷ ବୋଷଙ୍କ ଜୀବନର ବିଭିନ୍ନ ଦିଗ ପ୍ରତି ଆଲୋକପାତ କରିଥିଲେ । ବିଶିଷ୍ଟ ଶିକ୍ଷାବିତ ଡ଼ଃ ସୁଶାନ୍ତ ଦାଶଙ୍କ ବଳିଷ୍ଠ ମଞ୍ଚ ସଞ୍ଚାଳନରେ ସଭାଟି ସମାପ୍ତ ହେବା ସହ ସମାଜର ପ୍ରତି ଅତୁଳନୀୟ ଅବଦାନ ରହିଥିବା ବ୍ୟକ୍ତି ବିଶେଷଙ୍କୁ ଉତ୍ତରୀୟ, ପୁଷ୍ପ ଏବଂ ମାନପତ୍ର ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।

jittmm
Leave A Reply

Your email address will not be published.