oom

ସ୍ୱାସ୍ଥ୍ୟ ବିଭାଗର ଅବ୍ୟବସ୍ଥାକୁ ନେଇ ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ

jsmm
  • ସରକାର ବଦଳିବା ଏକ ବର୍ଷ ପରେ ମଧ୍ୟ ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନା କାର୍ଯ୍ୟକ୍ଷମ ହେଉନାହିଁ କାହିଁକି – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅନେକ ଲଢେଇ ପରେ ଭୀମ ଭୋଇ ମେଡିକାଲ କଲେଜ ନିର୍ମାଣ ହୋଇଥିଲା । ତତ୍କାଳିନ ସରକାର ପ୍ରତିଶୃତି ଦେଇଥିଲେ ୨୦୨୩ ଡିସେମ୍ବର ସୁଦ୍ଧା ଏହା ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହେବ କିନ୍ତୁ ନିର୍ବାଚନକୁ ଆଖି ଆଗରେ ରଖି ତରବରିଆ ଭାବେ ଅସମ୍ପୁର୍ଣ୍ଣ ମେଡିକାଲ କଲେଜକୁ ତତ୍କାଳିନ ସରକାର ଉଦ୍‌ଘାଟନ କରିଥିଲେ । ମୁଁ ନିଜେ ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ବିରୋଧ କରି ମଂଚ ତ୍ୟାଗ କରିଥିଲେ । ପରେ ସରକାର ବଦଳିଲା । ଆଶା ଥିଲା ମାସେ ଦୁଇ ମାସ ଭିତରେ ନୂଆ ସରକାର ମେଡିକାଲ କଲେଜକୁ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବେ କିନ୍ତୁ ଦୁଃଖର ବିଷୟ ସରକାର ପରିବର୍ତ୍ତନ ଏକ ବର୍ଷ ପରେ ବିଜେପି ନେତୃତ୍ୱାଧିନ ରାଜ୍ୟ ସରକାର ଚାରି ଆଡେ ବର୍ଷ ପୁର୍ତ୍ତି ମହୋତ୍ସବ ପାଳନ କରୁଛନ୍ତି । କିନ୍ତୁ ଆମ ଦିର୍ଘ ଦିନର ସ୍ୱପ୍ନ ଭୀମଭୋଇ ମେଡିକାଲ କଲେଜ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରିବାରେ କୌଣସି ପ୍ରକାର ପଦକ୍ଷେପ କାହିଁକି ନେଉ ନାହାନ୍ତି ବୋଲି ଆଜି ସ୍ଥାନୀୟ ସାର୍କିଟ ହାଉସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେ ଏହି ମର୍ମରେ ଆହୁରି ମଧ୍ୟ କହିଛନ୍ତି ଯେ ଭୀମଭୋଇ ମେଡିକାଲ କଲେଜର ନିର୍ମାଣ ଓ ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ବିଧାନସଭା ଭିତରେ ଓ ବାହାରେ ସେ ଅନେକ ଲଢେଇ କରିଛନ୍ତି । ବହୁ କଷ୍ଟରେ ଏହାର ନିର୍ମାଣ କାମ ସମାପ୍ତ ହୋଇଥିଲା । କିନ୍ତୁ ଦୁଃଖର ବିଷୟ ଆମ ଜିଲ୍ଲା ସ୍ୱାସ୍ଥ୍ୟମନ୍ତ୍ରୀ ପାଇଥିବା ବେଳେ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ଅବସ୍ଥା ଭୂଷୁଡି ପଡିଛି । ମେଡିକାଲ କଲେଜ କେବେ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହେବ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଥିବା ମେଡିକାଲ କଲେଜର ସମସ୍ତ ବିଭାଗ ନୁଆଁ କୋଠାକୁ କେବେ ସ୍ଥାନାନ୍ତରିତ ହେବ, ଲୋକେ କେବେ ମେଡିକାଲ କଲେଜର ପ୍ରକୃତ ଲାଭ ପାଇବେ ସେ ଦିଗରେ ସନ୍ଦେହରେ ଅଛନ୍ତି । ଆହୁରି ମଧ୍ୟ ଦେଓଗାଁ, ଚୁଡାପାଲି ଭଳିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ସରକାରଙ୍କ ମଞ୍ଜୁରି ମୁତାବକ ଦରକାର ହେଉଥିବା ଡାକ୍ତର, ପାରା ମେଡିକାଲ ଷ୍ଟାଫ୍‌, ନର୍ସିଂ ଷ୍ଟାଫର ୮୦% ପଦବି ଖାଲି ରହୁଛି । ମୋର ଦାବି ନୁଆ ସରକାର କେବଳ ଭାଷଣ ଓ ପ୍ରତିଶୃତିରେ ସିମିତ ନ ରହି ଆମ ଜିଲ୍ଲାରେ ଥିବା ସ୍ୱାସ୍ଥ୍ୟ ବିଭାଗର ସମସ୍ୟା ଗୁଡିକ ସହିତ ମେଡିକାଲ କଲେଜରେ ପିଜି ପାଠ୍ୟକ୍ରମ ଆରମ୍ଭ, ସୁପର ସ୍ପେସାଲିଟି ଚିକିତ୍ସା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ସହ ଡାକ୍ତର ନିଯୁକ୍ତି ଯଥାଶିଘ୍ର କରନ୍ତୁ ନଚେତ କଂଗ୍ରେସ ଦଳ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ କରିବ । ଏଥିରେ ଯଦି କୌଣସି ପ୍ରକାର ଧନଜିବନ ହାନି ହୁଏ ତେବେ ସରକାର ଦାୟି ରହିବେ ବୋଲି ଶ୍ରୀ ମିଶ୍ର ଚେତାବନି ଦେଇଥିଲେ । ବ୍ଲକ ଓ ମ୍ୟୁନିସିପାଲିଟିର ଦୁର୍ନିତିକୁ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ମିଶ୍ର କହିଥିଲେ ମନହିରା ପଂଚାୟତର ଏକ ବିଧାୟକ ଉନ୍ନୟନ ପାଣ୍ଠି କିଭଳି ଆତ୍ମସାତ କରାଯାଇଛି । ସୂଚନା ଅଧିକାର ଆଇନ ବଳରେ ଆଜି ତାର ପର୍ଦ୍ଦାଫାସ କରାଯାଇଛି । ଦେଢ ଲକ୍ଷ ଟଙ୍କାର ବିଧାୟକ ପାଣ୍ଠିରେ ନିର୍ମାଣ ହେବାକୁ ଥିବା ପୋଖରୀର ପାହାଚର କାର୍ଯ୍ୟାଦେଶ ଜନୈକ ବ୍ୟକ୍ତିଙ୍କୁ ଦିଆଯାଇଥିଲା । କିନ୍ତୁ କାର୍ଯ୍ୟାଦେଶ ପାଇଥିବା ବ୍ୟକ୍ତି ବ୍ଲକ କର୍ତ୍ତୃପକ୍ଷଙ୍କ ଅସହଯୋଗ ଯୋଗୁଁ କାମ ହୋଇ ପାରିନଥିଲା । ପରେ କିଛି ମାସ ପରେ ସେହି ବ୍ୟକ୍ତି ସୂଚନା ଅଧିକାର ଆଇନ ବଳରେ ରିପୋର୍ଟ ପାଇଲେ ଯେ ସେ କାମ ସମ୍ପୁର୍ଣ୍ଣ ହୋଇଯାଇଛି କିନ୍ତୁ ଦୁଃଖର ବିଷୟ ସେ କାମର କାର୍ଯ୍ୟାଦେଶ ବାତିଲ ନ ହୋଇ କାମ କିପରି ହେଲା, ପରେ କ୍ଷେତ୍ର ପରିଦର୍ଶନରେ ଜଣାପଡିଲା ଯେ ସେ ନିର୍ଦ୍ଦିଷ୍ଟ ବାଘପଡା ବନ୍ଧରେ ୟକୌଣସି ପାହାଚ ନିର୍ମାଣ ହୋଇନାହିଁ କିନ୍ତୁ ବ୍ଲକ କର୍ତ୍ତୃପକ୍ଷ ଚଂଚକତା କରି ବିଲ ହଡପ କରିଛନ୍ତି । ତେଣୁ ମୁଁ ନିଜେ ଏହାର ଏକ ଭିଜିଲେନ୍ସ ତଦନ୍ତ ଦାବି କରି ଏଥିରେ ସଂପୃକ୍ତ ବ୍ଲକ ଚେୟାରମେନ, ଗୋଷ୍ଠି ଉନ୍ନୟନ ଅଧିକାରୀ, ବିଭାଗୀୟ ଯନ୍ତ୍ରୀଙ୍କ ବିରୁଦ୍ଧରେ ଅନୁସନ୍ଧାନ ଓ ପଦକ୍ଷେପ ନେବାକୁ ସ୍ଥାନୀୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛି ବୋଲି କହିଥିଲେ । ଠିକ୍‌ ସେହି ପରି ମହାରାଣୀ ସାଗରର ଉନ୍ନତି କାମରେ ହୋଇଥିବା ଦୁର୍ନିତିର ପ୍ରଶ୍ନରେ ଶ୍ରୀ ମିଶ୍ର ସାମ୍ବାଦିକମାନେ ଏହି ଦୁର୍ନିତିକୁ ନେଇ କାହିଁକି ଚୁପ ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଐତିହ ସମ୍ପନ୍ନ ମହାରାଣୀ ସାଗର ପାଇଁ ୨୦ କୋଟି ଟଙ୍କାର ଅନୁଦାନ ଆସିଥିଲା । ତତ୍କାଳିନ ବିଜେଡି ସରକାରର ନେତାମାନେ ଚଂଚକତା କରି ଏସ୍‌ଏଚ୍‌ଜିମାନଙ୍କୁ ଏହା ଦାୟିତ୍ୱ ଦେଇଥିଲେ । ବର୍ତ୍ତମାନ ମହାରାଣୀ ସାଗର କେଉଁ ଅବସ୍ଥାରେ ଅଛି ଲୋକେ ଦେଖୁଛନ୍ତି । ଏହି ଦୁର୍ନିତିର ପର୍ଦ୍ଦାଫାସ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ ତଦନ୍ତ ନିହାତି ଦରକାର ବୋଲି ଶ୍ରୀ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରି ସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର ମଂଚାସିନ ଥିବା ବେଳେ ବୁଲୁ ଦାନି, କୈଳାସ ମିଶ୍ର, ଯୁବ ସଭାପତି ଅଙ୍କିତ ସାହୁ, ଛାତ୍ର ସଭାପତି ଚିନ୍ମୟ ବେହେରା, କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, କଂଗ୍ରେସ ନେତା ବିରେନ ମିଶ୍ର, ଅନ୍ତ ବେହେରା, ମାନସ ମହାନ୍ତି, ଜୁଲୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.