ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଶିଷ ରଞ୍ଜନ ମହାନ୍ତି ଭିଆର୍ଏସ୍ ଓଡ଼ିଶା ରାଜ୍ୟ ସରକାରଙ୍କର କେସରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ଗୋଟିଏ ଜନହିତକାରୀ ଓ ଲୋକାଭିମୁଖୀ ଜଜ୍ମେଣ୍ଟ ପାସ କରିଛନ୍ତି, ଯେଉଁଥିରେ ଥାନାମାନଙ୍କରେ ଦୀର୍ଘଦିନ ଧରି ଜବତ ହୋଇ ପଡିରହିଥିବା ଗାଡିଗୁଡିକୁ ବିଧିବଦ୍ଧ ପରିଚାଳନା ପଦ୍ଧତି (ଏସ୍ଓପି) ପାଳନ କରି ନିଲାମୀ କରିବା ପାଇଁ ଆଦେଶ ଦେଇଛନ୍ତି । ଉକ୍ତ ଆଦେଶ ଅନୁସାରେ ମାନ୍ୟବର ଏସ୍ଡିଜେଏମ୍ ପଦ୍ମପୁର କୋର୍ଟଙ୍କର ଅଧୀନରେ ଥିବା ଥାନାମାନଙ୍କୁ ସେହି ଗାଡିମାନଙ୍କର ସବିଶେଷ ବିବରଣୀ ମାଗିଥିଲେ ଏବଂ ସମୁଦାୟ ୩୦ ଗୋଟି ଗାଡି ସର୍ବସାଧାରଣରେ ନିଲାମୀ ପାଇଁ ପ୍ରଥମ ପର୍ଯ୍ୟାୟରେ ଧାର୍ଯ୍ୟ ହୋଇଅଛି । ଆସନ୍ତା କାଲି ଓ ଆସନ୍ତା ତା୦୮୦୨/୨୦୨୩ରିଖରେ ଉକ୍ତ ଗାଡି ଗୁଡିକର ନିରୀକ୍ଷଣ, ପର୍ଯ୍ୟବେକ୍ଷଣ ଓ ମୂଲ୍ୟାଙ୍କନ ବିଧିବଦ୍ଧ ପରିଚାଳନା ପଦ୍ଧତି (ଏସ୍ଓପି) ମୁତାବକ କରାଯିବ ଏବଂ ତତ୍ ପଶ୍ଚାତ ସାଧାରଣ ନିଲାମ ପାଇଁ ଏମ୍ଏସ୍ଟିସି ପୋର୍ଟାଲ ଜରିଆରେ କୋର୍ଟଙ୍କ ତତ୍ୱାବଧାନରେ ନିଲାମ କରାଯିବ ବୋଲି ସୂଚନା ରହିଛି ।