କେନ୍ଦୁଝର ଟାଇମସ୍‌ ସମ୍ପାଦକଙ୍କ ବିୟୋଗରେ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : କେନ୍ଦୁଝରରୁ ପ୍ରକାଶିତ କେନ୍ଦୁଝର ଟାଇମସ୍‌ର ପ୍ରତିଷ୍ଠାତା ସମ୍ପାଦକ ତଥା ପ୍ରେସ୍‌ କ୍ଲବର ସଭାପତି ନିରଞ୍ଜନ ନାୟକଙ୍କ ବିୟୋଗରେ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ସଭାପତି ରବି ରଥ ଗଭୀର ଶୋକ ପ୍ରକାଶ କରିବା ସହ ଓଡ଼ିଶା ରାଜ୍ୟ ଜଣେ ବରିଷ୍ଠ ସମ୍ପାଦକଙ୍କୁ ହରାଇଲା ବୋଲି କହିଛନ୍ତି । କେନ୍ଦୁଝର ଟାଇମସ୍‌ର ସମ୍ପାଦକ ଭାବେ ସମଗ୍ର ଓଡ଼ିଶାରେ ପରିଚିତ ଥିଲେ । ନିର୍ଭୀକ କଲମ ଚାଳନା ପାଇଁ ସେ ସ୍ୱତନ୍ତ୍ର ସ୍ଥାନ ଛାଡ଼ି ଯାଇଛନ୍ତି । ତାଙ୍କର ସ୍ୱତନ୍ତ୍ର ଦୃଷ୍ଟିକୋଣ ଅନ୍ୟମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ତାଙ୍କର ଅମର ଆତ୍ମାର ସଦ୍‌ଗତି ପାଇଁ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ପକ୍ଷରୁ ଶୋକସନ୍ତପ୍ତ ପରିବାର ବର୍ଗ ପ୍ରତି ସମବେଦନା ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.