jayashree

ବଲାଙ୍ଗିର ମାଲପଡା ନାଗରିକ କମିଟିର ବିଭିନ୍ନ ସମସ୍ୟା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ମାସକିଆ ବୈଠକ ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ପ୍ରମୁଖ ବିଷୟରେ ଆଲୋଚନାମାନ ହୋଇଥିଲା । ମାଲପଡା ପ୍ରାଥମିକ ସ୍କୁଲର ଗୃହମାନ ଭାଙ୍ଗି ଗଲାଣି, ମରାମତି ହେଉନାହିଁ କିମ୍ବା ପିଲାଙ୍କ ପାଠ ପଢାରେ ଭିଷଣ ଅସୁବିଧା ହେଉଛି । ଏହି ବାବଦରେ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ଓ ପତ୍ରାଲାପ କରିଥିଲେ ମଧ୍ୟ ସ୍କୁଲ ମରାମତି କିମ୍ବା ନୂତନ କରି ନିର୍ମାଣ କରାଯାଉନାହିଁ । ଏଣୁ ଶିକ୍ଷା ଅଧିକାରୀ ଶୀଘ୍ର ଏହା ଉପରେ କାର୍ଯ୍ୟନୁଷ୍ଠାନ କରିବା ପାଇଁ ଅନୁରୋଧ । ମାଲପଡାର ନାଳ, ନର୍ଦ୍ଦମା ଠିକ୍‌ ଭାବେ ସଫା ସୁତରା ହେଉ ନ ଥିବାରୁ ମଶା, ମାଛିର ପ୍ରାର୍ଦୁଭାବ ବହୁ ପରିମାଣରେ ବଢି ଚାଲିଛି । ଏଣୁ ପକ୍କା ନାଳ ତିଆରି କରାଯାଉ ଓ ଏହାର ଯତ୍ନ ନିଆଯାଉ । ଲୋକେ ମେଲେରିଆ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ପଡ଼ାର ରାସ୍ତାମାନ ପିଚୁ କରାଯାଉନାହିଁ, କଚା, ଭଙ୍ଗା ରୁଜା ଥିବାର ପ୍ରାୟ ସବୁ ଦିନ ଅଘଟଣ ମାନ ଘଟୁଛି । ଏହା ଉପରେ ଦୃଷ୍ଟି ଦେବା ପାଇଁ ବହୁବାର କମିଟି ପକ୍ଷରୁ ମ୍ୟୁନିସିପାଲଟିକୁ ଜଣାଉଥିଲେ ମଧ୍ୟ ଶୁଣୁନାହାନ୍ତି । ଉପରୋକ୍ତ ଆଲୋଚନାରେ ସଭାପତି ଯୁଧିଷ୍ଟିର ମିଶ୍ର, ଗୋପବନ୍ଧୁ ପୁରୋହିତ, ପ୍ରଫେସର ତରୁଣ କୁମାର ମିଶ୍ର, ବାସୁଦେବ ନାଗ, ଆକୁଳ ବେହେରା, ସଂପାଦକ ପଂଚାନନ ସେଠ, ଦେବଜ୍ୟୋତି ଯୋଷୀ, ଦିବାକର ହୋତା, ଛବି ବେହେରା ଓ ଅନ୍ୟାନ ବହୁ ସଭ୍ୟ ଭାଗ ନେଇଥିଲେ ।

Leave A Reply

Your email address will not be published.