ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠ ଅବସ୍ଥିତ ପାଇକମାଲ ସହରର ମୁଖ୍ୟରାସ୍ତା, ଗଳିକନ୍ଦିର ସମସ୍ୟାର ସମାଧାନ ହୋଇପାରୁ ନାହିଁ । ଯେତେ ଯାହା ସମସ୍ୟାକୁ ପଞ୍ଚାୟତ ସମିତିରେ ଉପସ୍ଥାପନ କଲେ ମଧ୍ୟ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ଅନୁଦାନ ଆସୁଥିଲେ ମଧ୍ୟ ଉଚ୍ଚ ପଦାଧିକାରୀଙ୍କ ଅବହେଳା ମନୋଭାବ ଯୋଗୁଁ ପାଇକମାଲ ବସ୍ତି ବାସିନ୍ଦାଙ୍କ ସମସ୍ୟା ସୁଧାରିବାର ନା ନାହିଁ । ପୋଲିସର ନିସ୍କ୍ରିୟତା, ଡାକ୍ତରଖାନାର ଅବହେଳା, ପଞ୍ଚାୟତ କର୍ମଚାରୀଙ୍କର ଚିନ୍ତାଧାରାକୁ ଧନ୍ୟବାଦ ନ ଦେଇ ଜନସାଧାରଣ ରହିପାରିବେ ନାହିଁ । ପାଇକମାଲ ବିଜୁ ଏକ୍ସପ୍ରେସ ୱେର ଉଭୟ ପାର୍ଶ୍ଵରେ କୁଢକୁଢ ମଇଲା ଦୋକାନୀ ମାନେ ଫିଙ୍ଗୁ ଥିବା ବେଳେ ପାଇକମାଲ ଦୁର୍ଗା ମନ୍ଦିରଠାରୁ ଭୋଇପଡା, ମୁଖ୍ୟଛକ ପାଇକମାଲ, ମାହାରପଡା, କୋଲନୀପଡାମାନଙ୍କର ରାସ୍ତା କଦର୍ଯ୍ୟ ପାଣି ଭରି ଆଣ୍ଠୁଏ ପାଣି ରାସ୍ତା ଉପରେ ଲୋକଙ୍କର ଗମନା ଗମନ ରହୁଛି । ପାଇକମାଲର ପଞ୍ଚାୟତ ସମିତି ଠୁଁ ଆରମ୍ଭ କରି ଜଙ୍ଗଲ ବିଭାଗ, ଦମକଳ ବିଭାଗ, ଶିକ୍ଷା ବିଭାଗ, ଡାକ୍ତରଖାନା, ପୋଲିସ ବିଭାଗ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ପର୍ଯ୍ୟନ୍ତ ସମସ୍ତ ପଦାଧିକାରୀଙ୍କ ଦୁର୍ବଳ ମୋନଭାଗ ଯୋଗୁଁ ଏହି ଅଞ୍ଚଳର ଜନ ସାଧାରଣଙ୍କ ଜୀବନ ଦୁର୍ବିସହ ହୋଇଯାଇଛି । ଏଣୁ ଏହି ସବୁ ସମସ୍ୟାର ସୁଚିନ୍ତିତ ଉପାୟ ଅବଲମ୍ବନ କରି ସମାଧାନ କରିବାକୁ ଜନ ସାଧାରଣରେ ଦାବୀ ହେଉଛି ।