ଗାଇସିଲେଟ ବ୍ଲକ କେନ୍ଦୁଭଟା ଟ୍ରାଫିକ ଛକରେ ଟ୍ରାଫିକ ପେଣ୍ଡାଲ ନାହିିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କେନ୍ଦୁଭଟା ଟ୍ରାଫିକ ଛକରେ ଟ୍ରାଫିକ ପେଣ୍ଡାଲ ନାହିିଁ । ହେଲେ ପଦ୍ମପୁର ପିଡ୍ଳୁଡି ବିଭାଗର ଏଥିପ୍ରତି ଦୃଷ୍ଟି ପଡୁନାହିଁ । ଏହି ଛକଟି ଚାରୋଟି ରାସ୍ତା ଆସି ସଂଯୋଗ ହୋଇଛି । କିନ୍ତୁ ଟ୍ରାଫିକର କୌଣସି ପେଣ୍ଡାଲ ନ ଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି । ଏହି ଛକରେ ଅନେକ ଲୋକଙ୍କ ଜୀବନ କ୍ଷତି ଘଟିଲାଣି ହେଲେ ପିଡ୍ଳୁଡି ବିଭାଗର ନଜ ପଡୁ ନାହିଁ କି ଏସଡିଓଙ୍କ ନିଦ ଭାଙ୍ଗୁ ନାହିଁ । ଏହି ଛକରେ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ସେଠାକାର ଲୋକ ଛକ ମଝିରେ ତିନି ଖଣ୍ଡ ବାଡ଼ି ଓ ଏକ ସିମେଣ୍ଟ ବସ୍ତା ଦେଇ ଟ୍ରାଫିକ ସୂଚନା ଦେଇଛନ୍ତି । ଏଠାରେ ପ୍ରଶ୍ନ ଉଠେ ଯେ କାହିଁକି ଟ୍ରାଫିକ ପେଣ୍ଡାଲ କରାଯାଉନାହିଁ । କାହିିଁକି ପ୍ରଶାସନ ଏହି ଛକ ପ୍ରତି ଧ୍ୟାନ ଦେଉନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.