jayashree

ଛତ୍ରପୁରରେ ଉତ୍କଟ ହେଲାଣି ମାଙ୍କଡ଼ ସମସ୍ୟା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରରେ ଉତ୍କଟ ହେଲାଣି ମାଙ୍କଡ଼ ସମସ୍ୟା । ଛତ୍ରପୁର ସହରରେ ପାତି ମାଙ୍କଡ଼ମାନଙ୍କ ସଂଖ୍ୟା ପ୍ରାୟତଃ ୧୦ହଜାର ସଂଖ୍ୟାରେ ବୃଦ୍ଧି ପାଇଥିବା ଏକ ସର୍ଭେକ୍ଷଣ ରିପୋର୍ଟରୁ ଜଣାପଡିଛି । ଏ ସମ୍ପର୍କରେ ଜଙ୍ଗଲ ବିଭାଗ ଦାୟିତ୍ଵ ନେଇ ମାଙ୍କଡ଼ମାନଙ୍କ ସଂଖ୍ୟା ଗଣତି କରିବା ଜରୁରୀ ବୋଲି ସାଧାରଣରେ କୁହାଯାଉଛି । ପାତି ମାଙ୍କଡ଼ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ସେମାନେ ରାସ୍ତାଘାଟ, ସ୍କୁଲ, ଟିୟୁସନ୍, କୋର୍ଟ, କଚେରୀ, ଦପ୍ତାରାଞ୍ଚଳମାନଙ୍କରେ ମାଳମାଳ ମାଙ୍କଡ଼ମାନେ ଘୁରି ବୁଲିଥାନ୍ତି । ଲୋକମାନଙ୍କୁ, ପିଲାମାନଙ୍କୁ ଗୋଡ଼ାଇ ଆକ୍ରମଣ କରିଥାନ୍ତି, କାମୁଡ଼ି ଥାଆନ୍ତି, କୌଣସି ଖାଦ୍ୟଜିନିଷ ଦେଖିଲେ ଆକ୍ରମଣ ସ୍ୱରୂପ ଗୋଡ଼ାଇ ଆସି ଲୋକଙ୍କ ହାତରୁ ଛଡ଼ାଇ ଖାଦ୍ୟ ଝାମ୍ଫି ନେଇଥାଆନ୍ତି । ହୋଟେଲ, ଦୋକାନ, ଘର ଓ ଶିକ୍ଷାନୁଷ୍ଠନଗୁଡ଼ିକରେ ମଧ୍ୟ ମାଙ୍କଡ଼ମାନେ ଭୟଙ୍କର ତାଣ୍ଡବଲୀଳା ରଚି ଏକ ବିଷମ ସମସ୍ୟା ସୃଷ୍ଟି କରିଆସୁଛନ୍ତି । ଯାହା କହିବା ଅବର୍ଣ୍ଣନୀୟ ଅଟେ । ଲୋକମାନେ ସ୍ଵାଭାବିକ ଭାବେ ଚଳପ୍ରଚଳ ବେଳେ ମାଙ୍କଡ଼ର ଉପଦ୍ରବ ଓ ଆକ୍ରମଣର ଶିକାର ହେଉଛନ୍ତି । ଏହା ଏକ ସାଧାରଣ ତଥା ଏଠାକାର ସ୍ଵାଭାବିକ ସମସ୍ୟା ଭାବେ ଗତି କରିଆସିଛି । ହସ୍‌ପିଟାଲମାନଙ୍କରେ ମଧ୍ୟେ କୁକୁର ଓ ମାଙ୍କଡ଼ କାମୁଡ଼ା ଇଞ୍ଜେକସନ ବହୁ ସମୟରେ ଅଭାବ ରହୁଛି । ବିଶେଷକରି ମାଙ୍କଡ଼ କାମୁଡ଼ାରେ ଆକ୍ରାନ୍ତ ହୋଇ ଅନେକ ଲୋକ ରୋଗାଗ୍ରସ୍ତ ହୋଇ ମୃତ୍ୟବରଣ କରିଛନ୍ତି । ତାହାର ରେକର୍ଡ ରେଜିଷ୍ଟ୍ରିକରଣ ବି ହୋଇପାରୁନି । ଛତ୍ରପୁରରେ ଏଭଳି ମାଙ୍କଡମାନଙ୍କ ସମସ୍ୟା ଦୂରୀକରଣ କରିବା ନିମନ୍ତେ ଜିଲ୍ଲାପ୍ରଶାସନଠାରେ ଅଭିଯୋଗ କରି ଆସିଥିବା ସତ୍ୱେ ଏହର ପ୍ରତିକାର କରାଯିବ ଏବଂ ମାଙ୍କଡ଼ମାନଙ୍କୁ ନେଇ ଅନ୍ୟସ୍ଥାନରେ ଛାଡ଼ିବା ବ୍ୟବସ୍ଥା କରାଯାଉନାହିଁ । ଏସମ୍ପର୍କରେ ଗତ କିଛି ଦିନ ତଳେ ସ୍ଥାନୀୟ ପ୍ରଶାସନର ସାମାଜିକକର୍ମୀ ଦ୍ୱାରସ୍ଥ ହୋଇଛନ୍ତି । ସେମାନେ ହେଲେ ସମାଜସେବୀ ପ୍ରଦୀପ ଦାସ ଓ କାଳୀଚରଣ ତ୍ରିପାଠୀ ଏ ସମସ୍ୟାର ସମାଧାନ କରି ଏହାର ପ୍ରତିକାର ସ୍ୱରୂପ ମାଙ୍କଡ଼ମାନଙ୍କୁ ଅନ୍ୟତ୍ର ଜଙ୍ଗଲରେ ଛାଡ଼ି ଲୋକଙ୍କୁ ଏହି ଭୟଙ୍କର ଉତ୍କଟ ସମସ୍ୟାରୁ ହଟାଇବାକୁ ଦାବୀ କରିଛନ୍ତି । ସର୍ବୋପରି ଖୁବଶୀଘ୍ର ଏହି ସମସ୍ୟାର ସମାଧାନ କରିବାକୁ ଜନସାଧାରଣରେ ଦୃଢ଼ ଦାବୀ ହେଉଛି ।

Leave A Reply

Your email address will not be published.