ପ୍ରଶାନ୍ତଙ୍କ ଜନନୀ ସମ୍ପର୍କ ଅଭିଯାନରେ ସମସ୍ୟା ଜଣାଉଛନ୍ତି ମା’ ମାଉସୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଜନନୀ ସମ୍ପର୍କ ଅଭିଯାନରେ ଯାଇ ପହଞ୍ଚିଥିଲେ ସେକ୍ଟର ୬ ସୁବାଷ ପଲ୍ଲୀ ବସ୍ତିରେ । ସେ ବସ୍ତି ଅଞ୍ଚଳ ପରିଦର୍ଶନ କରି ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ମା’ ଓ ଭଉଣୀଙ୍କଠାରୁ ଅଭିଯୋଗ ଶୁଣିଥିଲେ । ବିଶେଷ ଭାବେ ମା’ ଭଉଣୀମାନେ ଏହି ଅବସରରେ ଜଣାଇଥିଲେ ଯେ, ବସ୍ତିର ବହୁ ବୃଦ୍ଧ ବୃଦ୍ଧା, ବିଧବା, ଭିନ୍ନକ୍ଷମ ଅଛନ୍ତି ଯେଉଁମାନେ ସରକାରଙ୍କ ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ଓ ଭତ୍ତା ଆଦି ପାଇବାରୁ ଏବେ ବି ବଞ୍ଚିତ ଅଛନ୍ତି । ସେମାନେ ଏବେ ବି ଏହି ଯୋଜନା ବାବଦରେ ଅଜ୍ଞ । ତେଣୁ ବସ୍ତିର ମା’ ଭଉଣୀଙ୍କୁ ଉପଯୁକ୍ତ ଜ୍ଞାନ ପ୍ରଦାନ କରି ସେମାନେ କିପରି ତାର ଲାଭ ଉଠାଇ ପାରିବେ ସେ ନେଇ ଆଲୋଚନା କରିଥିଲେ । ଏଥିସହିତ ରୋଗଗ୍ରସ୍ତରେ ଥିବା ଅନେକ ବ୍ୟକ୍ତି ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁ ନାହାଁନ୍ତି ତେଣୁ ଏଭଳି ସ୍ଥିତିରେ ମା’ ଭଉଣୀମାନଙ୍କ ସହଯୋଗ ମାଧ୍ୟମରେ ସରକାରୀ ଅଧିକାରୀଙ୍କୁ ସମସ୍ତ ସମସ୍ୟା ଅବଗତ କରି ଯଥା ସମ୍ଭବ ସମାଧାନ ନିମନ୍ତେ ପ୍ରୟାସର ମାଧ୍ୟମ ହେବା ପାଇଁ ଜଣାଇଥିଲେ ।

jittmm
Leave A Reply

Your email address will not be published.