ବିଭିନ୍ନ ସମସ୍ୟା ଘେରରେ ଜୀବନ ବିତାଉଛନ୍ତି ନୂଆଁପଡାବାସୀ : ସମସ୍ୟାଗୁଡିକର ସମାଧାନ ପାଇଁ ଦାବୀ

ମୁରିବହାଲ, (କୈଳାଶ ସାଗ୍ରିଆ) : ବଲାଙ୍ଗିର ଜିଲ୍ଲା ମୁରିବହାଲ ଡଙ୍ଗରପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଲେପଡା ଗାଁର ନୂଆଁପଡ଼ାବାସୀ ଅନେକ ସମସ୍ୟା ଘେରରେ ଜୀବନ ବିତାଉଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ପଡ଼ାରେ ଅଧିକାଂଶ ଆଦିବାସୀ ସଂପ୍ରଦାୟର ଲୋକମାନେ ବସବାସ କରୁଥିବା ଦେଖିବାକୁ ମିଳେ । ଏହି ପଡ଼ାରେ ଦୀର୍ଘ ଦିନ ଧରି ପାଣିର ଅଭାବ ରହିଛି । ଗୋଟିଏ ନଳକୂପ ଅଛି । ଏହି ନଳକୂପ ପ୍ରାୟ ତିରିଶ ବର୍ଷ ହେବ ଖୋଳାଯାଇଛି ଏହାର ମରାମତି କରାଯାଇ ନାହିଁ । ତିନି ଚାରି ବାଲ୍‌ଟି ଗୋଳିଆ ପାଣି ବାହାରି ଆଉ ପାଣି ବାହାରୁ ନ ଥିବା ବେଳେ ପାଣି ମୁନ୍ଦେ ପାଇଁ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି । ପୋଖରୀ ପାଣିକୁ ଛାଣି ବ୍ୟବହାର କରି ଆସୁଥିବା ଲୋକେ ପ୍ରକାଶ କରିଛନ୍ତି । ଅପଟେ ଯିବା ଆସିବା ପାଇଁ ଥିବା ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ପଡିରହିଛି । ବିଧବା ଓ ବୃଦ୍ଧା ମାନଙ୍କୁ ଏଯାଏଁ ଭତ୍ତା ମିଳିନଥିବା ଅଭିଯୋଗ ହୋଇଛି । ଏନେଇ ଅନେକ ଥର ସରପଞ୍ଚ ଓ ବିଡ଼ିଓଙ୍କୁ ଜଣାଇଥିଲେ ସୁଦ୍ଧା ଏଯାଏଁ ଆମର ଗୁହାରି ଶୁଣୁ ନାହାଁନ୍ତି ବୋଲି ନୂଆପଡାବାସୀ ଅଭିଯୋଗ କରିଛନ୍ତି । ଏହି ସମସ୍ୟାମାନଙ୍କର ତୁରନ୍ତ ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ନୂଆଁପଡ଼ାର ଆର୍ମି କର୍ମଚାରୀ ଦେବରାଜ ପାତ୍ର, ସୁଧା ଟାହାଣୀ, ତୁଲେଶ୍ୱର୍ ଗହୀର, ମା’ ସମଲେଶ୍ଵରୀ ଏସ୍‌ଏଚ୍‌ଜିର ସଭାନେତ୍ରୀ ଦୁଶିଲା ଭୋଇ, ସମ୍ପାଦିକା ଶ୍ରୀମତୀ ଭୋଇ ଓ ସଦସ୍ୟା ବୃନ୍ଦ, ଜୟ ଜଗନ୍ନାଥ ଏସ୍‌ଏଚ୍‌ଜିର ସଭାନେତ୍ରୀ ନିଲେନ୍ଦ୍ରି ଭୋଇ, ସମ୍ପାଦିକା ଜୟନ୍ତି ଭୋଇ ଓ ସଦସ୍ୟା ବୃନ୍ଦ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.