ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସରକାରୀ ଆୟୁର୍ବେଦ କଲେଜ ସମ୍ମୁଖରେ ନିଖିଳ ଓଡିଶା ଆୟୁଷ ଛାତ୍ର ସଂଗଠନ ପକ୍ଷରୁ ୮ ଦଫା ଦାବି ନେଇ ଆମରଣ ଅନଶନରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ସାମାଜିକ ସାଂସ୍କୃତିକ ସଂଘ ପକ୍ଷରୁୁ ସଭାପତି ରତନ କୁମାର ମହାରଣାଙ୍କ ନେତୃତ୍ୱରେ ଉପସଭାପତି ରାଜ କିଶୋର ଦାଶ, ସଂପାଦକ ଡ. ସୁକାନ୍ତ ପୁରୋହିତ, ସହସଂପାଦକ ପ୍ରଦୀପ କୁମାର ମିଶ୍ର, କୋଷାଧ୍ୟକ୍ଷ ବ୍ରଜବନ୍ଧୁ ସାଏ, ପରିଚାଳନା କମିଟି ସଭ୍ୟ ମୋହନ ଗୋପାଳ ପଣ୍ଡା, ସଲିମ ଖାନ, ନରେନ୍ଦ୍ର ଆଚାର୍ଯ୍ୟ, ସତ୍ୟନାରାୟଣ ପଣ୍ଡା, ଡା.ସିଦ୍ଧେଶ୍ଵର ମିଶ୍ର, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଅମରଦୀପ ପାଣିଗ୍ରାହୀ ଓ ଭଗବାନ ବଗର୍ତ୍ତି ସାକ୍ଷାତ କରି ଦାବି ପ୍ରତି ଦୃଢ ସମର୍ଥନ ଜଣାଇଛନ୍ତି । ଓପିଏସ୍ସି ମାଧ୍ୟମରେ ନୂଆଁ ସ୍ଥାୟୀ ଆୟୁଷ ମେଡିକାଲ ଅଫିସର ପଦବୀ ସୃଷ୍ଟି କରିବା, ଉଚ୍ଚ ଶିକ୍ଷା ସୁବିଧା ପାଇଁ ପିଜି ଓ ପିଏଚ୍ଡି ସିଟ ବଢାଇବା ଓ ହାଉସ ସର୍ଜନ ପାଇଁ ଷ୍ଟାଇପେଣ୍ଡ ବୃଦ୍ଧି ଦାବି ଯଥାର୍ଥ ବୋଲି ସଂଘ ଗୁରୁତ୍ୱାରୋପ କରିଛି । ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ୮ ଦଫା ଦାବି ଯଥାଶୀଘ୍ର ପୂରଣ କରିବାକୁ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସେହିପରି ପୋଡି ଯାଇଥିବା ଫଳ ଦୋକାନ ପୁନଃରୁର୍ଦ୍ଧାର ଓ ଦୋକାନୀମାନଙ୍କ ଆବଶ୍ୟକୀୟ କ୍ଷତିପୂରଣ ଓ ଥଇଥାନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରାଙ୍କ ସହ ଆଲୋଚନା କରିଥିଲେ ।