centurian jitm

ମିଳିତ ଅମଲା ସଂଘର ଆନ୍ଦୋଳନକୁ ଜୀବନ ବୀମା ଅଭିକର୍ତ୍ତା ସଂଗଠନ ପକ୍ଷରୁ ସମର୍ଥନ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଖିଳ ଭାରତ ଜୀବନ ବୀମା ଅଭିକର୍ତ୍ତା ମହାସଂଗଠନ, ବଲାଙ୍ଗିର ଶାଖା ପକ୍ଷରୁ ମିଳିତ ଅମଲା ସଂଘର ଆନ୍ଦୋଳନକୁ ସମର୍ଥନ ଜ୍ଞାପନ କରାଯାଇ ଅମଲା ସଂଘର ନ୍ୟାର୍ଯ୍ୟ ଦାବୀ ପୁରଣ ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜୀବନ ବୀମା ଅଭିକର୍ତ୍ତା ସଂଗଠନ ପକ୍ଷରୁ ଏକ ସମର୍ଥନ ପତ୍ର ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନରତ ମିଳିତ ଅମଲା ସଂଘର କାର୍ଯ୍ୟକର୍ତ୍ତାଙ୍କୁ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟର ସମସ୍ତ କନିଷ୍ଠ କିରାଣୀଙ୍କ ଗ୍ରେଡ୍‌ ପେ ବୃଦ୍ଧି, ଦଶ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ ସହିତ ଅନ୍ୟାନ ଦାବୀକୁ ନେଇ ରାଜ୍ୟର ୩୦ ହଜାରରୁ ଅଧିକ କିରାଣୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି । ଅମଲା ସଂଘର ଏହି ଆନ୍ଦୋଳନ ଯୋଗୁଁ ବିଭିନ୍ନ ବିଭାଗରେ କାର୍ଯ୍ୟବନ୍ଦ କରାଯାଇଥିବାରୁ ସାଧାରଣ ଜନତା ତଥା ଉଚ୍ଚଶିକ୍ଷାରେ ନାମଲେଖା ପାଇଁ ରାଜ୍ୟର ଲକ୍ଷାଧିକ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖିନ ହେଉଥିବାରୁ, ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ସକାରାତ୍ମକ ଦୃଷ୍ଟି ପ୍ରଦାନ ପୂର୍ବକ ସହୃଦୟତାର ସହିତ ଅମଲାମାନଙ୍କ ଦାବୀ ପୁରଣ କରନ୍ତୁ ବୋଲି ଜୀବନ ବୀମା ଅଭିକର୍ତ୍ତା ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟକୁ ଇ-ମେଲ ଦ୍ୱାରା ଏକ ସ୍ମାରକ ପତ୍ର ପ୍ରେରଣ କରାଯାଇଛି । ଅଭିକର୍ତ୍ତା ସଂଗଠନ ପକ୍ଷରୁ ଶାଖା ସଭାପତି ଅସୀମ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳରେ ଉପସଭାପତି ପ୍ରତାପ ସାହୁ, ସଂପାଦକ ସରୋଜ କୁମାର ଭୋଇ, କୋଷାଧ୍ୟକ୍ଷ ସାଧୁରାମ ପୃଷ୍ଟି, ବରିଷ୍ଠ ଅଭିକର୍ତ୍ତା ଶ୍ରୀକାନ୍ତ ମିଶ୍ର, ଆଶୁତୋଷ ପାଣିଗ୍ରାହୀ, ସୁରେନ୍ଦ୍ର ଅଶ୍ୱପାଳ ପ୍ରମୁଖ, ମିଳିତ ଅମଲା ମଂଚର ଚେୟାରମେନ ବିରେନ୍ଦ୍ର କୁମାର ବନଛୋର, ଆବାହକ ସୁଧାକର ମହାପାତ୍ର, ବରିଷ୍ଠ ଅମଳା ନେତା ନବ କିଶୋର ମାଝି, ଉପଦେଷ୍ଟା ହରିବନ୍ଧୁ ପାଣି, ସଚ୍ଚିନ୍ଦ୍ର ଯୋଷୀ, ପ୍ରଦ୍ୟୁମ୍ନ କୁମାର ମିଶ୍ର, ଚୈତନ୍ୟ ବାଗ, ଦୁର୍ଗା ପ୍ରସାଦ କୁମ୍ଭାର, ସୁରେନ୍ଦ୍ର ବାବୁ ପ୍ରମୁଖଙ୍କୁ ସମର୍ଥନ ପତ୍ର ହସ୍ତାନ୍ତର କରି ଆନ୍ଦୋଳନରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.