om academy

ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନକୁ ‘ଆପ୍‌’ର ସମର୍ଥନ

jsm

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଆଇସିଡିଏସ୍‌ ଅଫିସ ଆଗରେ ୮ ଦଫା ଦାବୀ ନେଇ ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନ ଜାରି ରହିଛି । ଏଥିରେ ବ୍ଲକର ସମସ୍ତ ୨୧୩ ଅଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇ କର୍ମୀ ଓ ସହାୟିକାମାନେ ସାମିଲ ହୋଇଛନ୍ତି । ଗୁରୁବାର ୨୫ତମ ଦିନରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ‘ଆପ୍‌’ ସଂଯୋଜକ ସୁରଥ ବେହେରା ଧାରଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ । ବ୍ଲକ ଶାଖା ସଭାନେତ୍ରୀ ଜ୍ୟୋତିର୍ମୟୀ ବାଗ, କୋଷାଧ୍ୟକ୍ଷ ସଂଯୁକ୍ତା ଦାସ ଓ ସମ୍ପାଦିକା କୁନ୍ତୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ହଳଦୀ ସେକ୍ଟରର ବିନ୍ଦୁଲତା ଷଡଙ୍ଗୀ, ସ୍ମିତା ସିନ୍ଦୁର, ପାନପତ୍ରୀ ଲୁହା, କ୍ଷିତିସୁତା ଝାଙ୍କର, ଇନ୍ଦୁମତୀ ରଣା, ଯମୁନା ଛତର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.