ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶାର କୃଷକମାନଙ୍କ ପ୍ରତି କ୍ରମାଗତ ଭାବେ ସରକାରଙ୍କ ଅଣଦେଖା ଭାବ ଯୋଗୁଁ ଚାଷୀମାନେ ଏ ଯାବତ ଚଳିତ ଖରିବ ଋତୁର ଉତ୍ପାଦିତ ଧାନ ବିକି ପାରି ନାହାନ୍ତି । ତେଣୁ ସେମାନେ ଆର୍ଥିକ ସଙ୍କଟର ସାମାନା କରୁଛନ୍ତି । ଏହା ଉପରେ କୃଷିମନ୍ତ୍ରୀଙ୍କ ତାତ୍ସଲ୍ୟ ବୟାନ କଟା ଘା’ରେ ଚୂନ ପରି ହୋଇଛି । ଏସବୁକୁ ବିରୋଧ କରି ବିଭିନ୍ନ ଚାଷୀ ସଂଗଠନ ଏକଜୁଟ ହୋଇ ତା ୨୮. ୦୧ ୨୦୨୬ ଦିନ ଓଡିଶା ବନ୍ଦ ଡାକରା ଦେଇଛନ୍ତି । ରାଜ୍ୟ ଓବିସି ମଂଚ ଓଡିଶାର ଶାଖା-ସଂଗଠନ “ରାଜ୍ୟ ଓବିସି କୃଷକ ମଂଚ” ପୂର୍ଣ୍ଣ ସହଯୋଗ କରିବ । ଏ ସମ୍ବନ୍ଧରେ ରାଜ୍ୟ ଓବିସି କୃଷକ ମଂଚର ସଭାପତି ଜ୍ୟୋତି ପଧାନ ଅନୁସାଙ୍ଗିକ ପଦକ୍ଷେପ ନେବେ । ଓବିସି ମଂଚର ଚାଷୀ ବନ୍ଧୁମାନଙ୍କୁ ସାମିଲ ହେବା ପାଇଁ ମଂଚ ତରଫରୁ ଅନୁରୋଧ କରାଯାଇଛି ।