ଫୁଲଗଛ ପ୍ରତି ସମର୍ପିତ ପ୍ରାଣ ବିଜୟ ସ୍ୱାଇଁ

ରାଉରକେଲା, (ସସ୍ମିତା ପ୍ରଧାନ) : ଫୁଲ ଓ ଫଳ ଗଛ ପ୍ରେମୀ ହେଲେ ବିଜୟ ସ୍ୱାଇଁ । ଆରଏସପିର ଏସଏମଏସ ୨ର ଇଲେକ୍ଟ୍ରିକାଲ ବିଭାଗର ମାଷ୍ଟର ଟେକ୍ନିସିଆନ ଭାବେ କାର୍ଯ୍ୟରତ ଶ୍ରୀ ସ୍ୱାଇଁ । ତେବେ ୨୦୧୭ରୁ ହଠାତ୍ ଫୁଲଗଛ ଓ ଫଳଗଛ ପ୍ରେମରେ ପଡି ଏବେ ସହରରେ ଏକ ନୂତନ ପରିଚୟ ସୃଷ୍ଟି କରିପାରିଛନ୍ତି । ଡ୍ୟୁଟିରୁ ଫେରିବା ପରେ ଶ୍ରୀ ସ୍ୱାଇଁ ଲାଗିଆନ୍ତି ଫୁଲଗଛ ଫଳଗଛ କଲମୀ କରିବା ଠାରୁ କୋଇଲା ଗୁଣ୍ଡ ସାହାଯ୍ୟରେ ଗୋଲାପ ଫୁଲ ଗଛ ଲଗାଇବାରେ । ତାଙ୍କ ବଗିଚାରେ ଶୋଭା ପାଉଛି ସେବତୀ ବଡଫୁଲ ୧୨୦ ପ୍ରକାର, ଆଡେନିୟମ ସହ ସେଓ, ଅମୃତଭଣ୍ଡା, ଡ୍ରାଗନ, ସପେଟା, ପିଜୁଳି, ଚେରୀ, କାଶ୍ମୀର କୋଳି, ଲାଲ ଜିମରୋଳ ଇତ୍ୟାଦି । ଆମ୍ବଗଛ ଚାରା ସହ ସମସ୍ତ ପ୍ରକାର ଫଳଗଛର କଲମୀ କରନ୍ତି । ଗୋଟିଏ ଗୋଟିଏ ଗଛରୁ ବହୁମାତ୍ରାରେ ଫୁଲ ଫୁଟାଇବାରେ ସେ ବେଶ ପାରଙ୍ଗମ । ଏଥିପାଇଁ ଶ୍ରୀ ସ୍ୱାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ତରଫରୁ ଆୟୋଜିତ ଫଳ ପୁଷ୍ପ ପ୍ରଦର୍ଶନୀରେ ୨୦୧୯, ୨୦୨୦ରେ ତଥା ଫଳଚାଷ ପାଇଁ ପୁରସ୍କୃତ ହୋଇଛନ୍ତି । ଶ୍ରେଷ୍ଠ ସେବତୀ ଫୁଲ ପୁରସ୍କାର ପାଇଛନ୍ତି । ତାଙ୍କର ଏହି କାର୍ଯ୍ୟରେ ସ୍ତ୍ରୀ ପୁଷ୍ପାରାଣୀ ଓ ଝିଅ ସ୍ୱୟଂସିଧ୍ୟା ମଧ୍ୟ ସାହାଯ୍ୟ କରନ୍ତି । କେବଳ ରାଉରକେଲା କି ଓଡିଶା ନୁହେଁ ବିଶ୍ୱରେ ମଧ୍ୟ ତାଙ୍କର ପ୍ରସିଦ୍ଧି ରହିଛି । ସେଥିପାଇଁ ତାଙ୍କୁ କଲମ୍ବସ ଭେରାଇଟି ମାଷ୍ଟର ବୋଲି ଡାକନ୍ତି । ଏବେ ଆଗକୁ ଆସୁଛି ହକି । ହକି ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗ ଦେଉଥିବା ବେଳେ ତାଙ୍କ ଠାରୁ ଫୁଲଗଛ ନେଇ ଷ୍ଟାଡିୟମ ନିକଟରେ ସଜା ଯିବବୋଲି ଜଣାପଡିଛି । ଏହାକୁ ନେଇ ବେଶ ଖୁସି ଅଛନ୍ତି ଶ୍ରୀ ସ୍ୱାଇଁ ।

Leave A Reply

Your email address will not be published.

error: Content is protected !!