om academy

ଦୀନଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ ପାଇକମାଲ ବିଜେପି କାର୍ଯ୍ୟାଳୟ ପରିସରରେ ପାଇକମାଲ ମଣ୍ତଳ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ମଣ୍ତଳ ସଭାପତି କୌଲାସ ଦିଶ୍ରୀଙ୍କ ସଭାପତିତ୍ୱରେ ଦଳୀୟ କର୍ମକର୍ତ୍ତା ଯୋଗଦେଇ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧା ସୁମନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବରଗଡ ଜିଲ୍ଲା ବିଜେପି ଉପସଭାପତି ସରୋଜ ସାମଲ ଯୋଗଦେଇ ଦୀନଦୟାଲଙ୍କ ସ୍ମୃତିଚାରଣ କରିଥିଲେ । ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବଳରାମ ସାହୁ, ପାଇକମାଲ ସରପଞ୍ଚ ଶ୍ରୀମତୀ ତୁଲାବତୀ ତାଣ୍ଡି, ପାଇକମାଲ ସମିତି ସଭ୍ୟା ଶ୍ରୀମତୀ ନିରୁପମା ନାଗ, ବରଗଡ ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାପତି ଶ୍ରୀମତୀ ସୁବାଷିନୀ ପ୍ରଧାନ, ଶ୍ରୀମତୀ ଓମକାନ୍ତି, ପାଇକମାଲ ସରପଞ୍ଚ ପ୍ରତିନିଧି ଧନ ସିଂ ତାଣ୍ତି, ବିଜେପି ଯୁବ ନେତା ସୁଶାନ୍ତ ନାଗ, ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଂଯୋଜକ ଯୋଗେନ୍ଦ୍ର ଭୋଇ, ଶୁକଦେବ ପ୍ରଧାନ, ଏମ୍‌ଡି ରାଜା, ହରେକୃଷ୍ଣ ସୁନା, ରାଜେନ୍ଦ୍ର ସେଠ, ପାଇକମାଲ ଯୁବ ମୋର୍ଚ୍ଚା ସାଧାରଣ ସଂପାଦକ ବିକି ଅଗ୍ରୱାଲ, ରୁକ୍ମଣ ସେଠ, ଡୋଲାମଣି ବଢେଇଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.